Advertisment

୬ ନୁହେଁ, ରାଉରକେଲାରେ ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଲାଣି!

ଝାଡ଼ାବାନ୍ତିରେ ୧୪୦୦ରୁ ଅଧିକ ଆକ୍ରାନ୍ତ ହୋଇ ବିଭିନ୍ନ ମେଡ଼ିକାଲ୍‌ ଓ ଘରୋଇ ଚିକିତ୍ସା ହେଉଛନ୍ତି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଆଜି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସରକାରୀ ଡାକ୍ତରଖାନା ସହ ବିଭିନ୍ନ ୱାର୍ଡ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି।

ଅଦ୍ୟତନ ହୋଇଛି
RKL

RKL

Advertisment

ସ୍ମାର୍ଟ ସିଟି ରାଉରକେଲାର ସ୍ୱାସ୍ଥ୍ୟ ଅବସ୍ଥା ବେହାଲ୍‌। ବ୍ୟାପୀ ଚାଲିଛି ଝାଡ଼ାବାନ୍ତି। ଗୋଟିଏ ପଡ଼ାରୁ ଅନ୍ୟ ପଡ଼ାକୁ ଡେଉଁଛି ଝାଡ଼ାବାନ୍ତି। ଯେଉଁଥିରେ ଗଲାଣି ସରକାରୀ ଭାବେ ୬ ଜଣଙ୍କ ପ୍ରାଣ। ହେଲେ ବେସରକାରୀ ଭାବେ ୧୩ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଲେଖି ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି।

Advertisment

ରାଉରକେଲାର ଛେଣ୍ଡ କଲୋନୀଠୁ ଆରମ୍ଭ କରି ସିଭିଲ୍‌ ଟାଉନସିପ୍, ପାନପୋଷରୁ କୋଏଲ ନଗର; ଏବେ ସବୁଠି ସ୍ଥିତି ଗମ୍ଭୀର। ଝାଡ଼ାବାନ୍ତିରେ ସରକାରୀ ଭାବେ ପାନପୋଷର ଗ୍ଲାସନ ସାମନ୍ତ(୩୮), ଉଦିତନଗର ନାନ୍ସି ଦୁବେ(୭୫) ଓ ଅହଲ୍ୟା ନାଏକ(୭୦) ତରକେରାର ଫୁଲ ଟୋଲି ଗୌଡ (୨୩), ସେକ୍ଟର -୨୧ର ସରୋଜିନୀ ଖଣ୍ଡାୟତ(୪୯) ଏବଂ ବନ୍ଧମୁଣ୍ଡା ତିଲକା ନଗରର ଅଞ୍ଜଳି(୮)ଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମୃତ୍ୟୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିଲା।

ମିଳିଥିବା ବିଶେଷ ସୂଚନା ଅନୁସାରେ ରାଉରକେଲା ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା ୬ ନୁହେଁ, ୧୩। ବିଶ୍ରା ଡାହାର ଅଞ୍ଚଳର ପ୍ରଣବ ସ୍ୱାଇଁଙ୍କର ରାଉରକେଲା ହାଇଟେକ୍ ହସ୍ପିଟାଲରେ ମୃତ୍ୟୁ ଘଟିଥିବା କୁହାଯାଉଛି। ସେହିପରି ଜୟ ପ୍ରକାଶ ହସ୍ପିଟାଲରେ କିଶନ ଟୋଲା ଗାଁର ବିଜୟ କିସାନଙ୍କ ମୃତ୍ୟୁ ହୋଇଛି। ଏହାଛଡ଼ା ପ୍ଲାଣ୍ଟ ସାଇଡ ଅଞ୍ଚଳର ମହମ୍ମଦ ଆସଲମ୍‌, ଗାନ୍ଧି ରୋଡ୍‌ର ଅତୁଲ୍ୟ କିଶାନଙ୍କ ମୃତ୍ୟୁ ରାଉରକେଲା ସରକାରୀ ହସ୍ପିଟାଲରେ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟ ୩ ଜଣଙ୍କ ନାଁ ମିଳିପାରି ନାହିଁ।

Advertisment

ଝାଡ଼ାବାନ୍ତିରେ ୧୪୦୦ରୁ ଅଧିକ ଆକ୍ରାନ୍ତ ହୋଇ ବିଭିନ୍ନ ମେଡ଼ିକାଲ୍‌ ଓ ଘରୋଇ ଚିକିତ୍ସା ହେଉଛନ୍ତି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଆଜି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସରକାରୀ ଡାକ୍ତରଖାନା ସହ ବିଭିନ୍ନ ୱାର୍ଡ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି। ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ, CDMO, ରାଉରକେଲା ADM, ସୁନ୍ଦରଗଡ଼ ଜିଲ୍ଲାପାଳ, ପାନପୋଷ ଉପଜିଲ୍ଲାପାଳ ଓ ସରକାରୀ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସହ ସେ ଆଲୋଚନା କରିଛନ୍ତି। ସ୍ୱାସ୍ଥ୍ୟ ସଚିବ ସ୍ଥିତି ପରଖିବା ପରେ ଆଉ ଦୁଇ ତିନି ଦିନ ଭିତରେ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ ବୋଲି କହିଛନ୍ତି। ଯେଉଁ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି,ଅତି କମ୍‌ ସମୟରେ ଚିକିତ୍ସିତ ହୋଇ ଘରକୁ ଫେରିଯାଉଛନ୍ତି। କଟକ SCB ଟିମ୍ ଓ RMRC ଟିମ୍‌କୁ ରାଉରକେଲାକୁ ପଠାଯିବ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୨୪ ଘଣ୍ଟା ଖୋଲା ଯିବାର ପଦକ୍ଷେପ ନିଆଯାଇଛି।

ସେପଟେ ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଲେଖି ସେ ଅନୁରୋଧ କରିଛନ୍ତି।

ରିପୋର୍ଟ-ରାଉରକେଲାରୁ ପୱନ ତିୱାରୀ

Rourkela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe