Advertisment

ରାଜ୍ୟ ସରକାରଙ୍କ ବିରୁଦ୍ଧରେ ୧୩୧୨ଟି କୋର୍ଟ ଅବମାନନା ମାମଲା, ତ୍ରୁଟି କାହାର?

ସ୍କୁଲ ଓ ଗଣଶିକ୍ଷା ବିଭାଗ ବିରୁଦ୍ଧରେ ସର୍ବାଧିକ ୯୮୫ଟି କୋର୍ଟ ଅବମାନନା ମାମଲା ରହିଛି।

Loka Seva Bhavan

Loka Seva Bhavan

Advertisment

ରାଜ୍ୟରେ ବିଜେଡି ସରକାର ଅମଳରେ ଅଫିସରମାନଙ୍କ ମନମୁଖୀ କାରବାର ଯୋଗୁ ଓଡ଼ିଶା ସରକାରଙ୍କ ବିରୁଦ୍ଧରେ ୧୩୧୨ଟି କୋର୍ଟ ଅବମାନନା ମାମଲା ପଡ଼ିରହିଛି । ଏବେ ମୋହନ ମାଝୀ ସରକାର କ୍ଷମତାକୁ ଆସିବା ପରେ ପଡ଼ିରହିଥିବା କୋର୍ଟ ଅବମାନନା ମାମଲାଗୁଡ଼ିକୁ ତୁରନ୍ତ ଫଇସଲା ପାଇଁ ପଦକ୍ଷେପ ନେବାକୁ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

Advertisment

ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ୧୨ଟି ବିଭାଗ ବିରୁଦ୍ଧରେ ବିଭିନ୍ନ କୋର୍ଟରେ ୧୩୧୨ଟି ଅବମାନନା ମାମଲା ପଡ଼ିରହିଛି । ଧାର୍ଯ୍ୟ ସମୟରେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ ନକରିବା  ଓ ଅନ୍ୟାନ୍ୟ କାରଣ ଯୋଗୁ ଏହି ଅବମାନନା ମାମଲା ପଡ଼ିରହିଛି । ବିଜେଡି ସରକାର ସମୟରେ ଆଇଏଏସ୍ ଅଫିସରମାନେ ନିଜର ମନମୁଖୀ କାର୍ଯ୍ୟ କରୁଥିବାରୁ କୋର୍ଟରେ ଅବମାନନା ମାମଲା ବୃଦ୍ଧି ପାଇଥିବା ପାୱାର କରିଡରରେ ଚର୍ଚ୍ଚା ହେଉଛି ।

ଏପଟେ ମୁଖ୍ୟସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତମାସ ପ୍ରଥମ ସପ୍ତାହ ସୁଦ୍ଧା ରାଜ୍ୟ ସରକାରଙ୍କ ବିରୁଦ୍ଧରେ ୧୩୧୨ଟି ମାମଲା ପଡ଼ି ରହିଥିବା ନେଇ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ବିସ୍ତୃତ ସୂଚନା ଦିଆଯାଇଥିଲା । ସ୍କୁଲ ଓ ଗଣଶିକ୍ଷା ବିଭାଗ ବିରୁଦ୍ଧରେ ସର୍ବାଧିକ ୯୮୫ଟି କୋର୍ଟ ଅବମାନନା ମାମଲା ଥିବାବେଳେ ଉଚ୍ଚଶିକ୍ଷା ବିଭାଗ ବିରୁଦ୍ଧରେ ୮୮ଟି, ପଂଚାୟତିରାଜ ଉପରେ ୭୨ଟି, ନଗର ଉନ୍ନୟନ ବିଭାଗ ଉପରେ ୬୨ଟି, ରାଜସ୍ୱ ବିଭାଗ ଉପରେ ୪୩ଟି, ଜଳସମ୍ପଦ ବିଭାଗ ଉପରେ ୨୯ଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଉପରେ ୨୩ଟି, ଜଙ୍ଗଲ ଓ ପରିବେଶ ବିଭାଗ ଉପରେ ୬ଟି କୋର୍ଟ ଅବମାନନା ମାମଲା ରହିଛି । କୃଷି ଓ କୃଷକ କଲ୍ୟାଣ, ଅବକାରୀ, ଶ୍ରମ ଓ ଇଏସଆଇ, ଅନୁସୂଚିତ ଜାତି-ଜନଜାତି ବିଭାଗ ବିରୁଦ୍ଧରେ ଗୋଟିଏ ଲେଖାଏଁ କୋର୍ଟ ଅବମାନନା ମାମଲା ରହିଥିବା ଜଣାପଡ଼ିଛି ।

Advertisment

ଏହି ସମସ୍ତ କୋର୍ଟ ଅବମାନନା ମାମଲାକୁ ପ୍ରଶାସନିକ ବିଭାଗଗୁଡ଼ିକ ଗୁରୁତ୍ୱର ସହ ନେଇ ଚଳିତମାସ ଶେଷ ସୁଦ୍ଧା ସେସବୁର ସମାଧାନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe