Advertisment

ଓଏଏସ୍ ମେନ୍ : ୧୩୬୭ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ୯ରୁ ଡକ୍ୟୁମେଂଟ ଯାଂଚ ଓ ସାକ୍ଷାତକାର

ଓଡ଼ିଶା ପ୍ରଶାସନିକ ସେବା-୨୦୨୨ରେ ମୋଟ ୩୯୯ଟି ପଦବୀ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ଙ୍କ ଦ୍ୱାରା ବିଜ୍ଞାପନ ଜାରି ହୋଇଥିଲା। ଗତ ୨୦୨୪ ଫେବୃୟାରୀ ୨୫ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ମେନ୍ (ଲିଖିତ) ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

author-image
Ordigital Desk
ଅଦ୍ୟତନ ହୋଇଛି
undefined

OPSC

ଓଡ଼ିଶା ପ୍ରଶାସନିକ ସେବା-୨୦୨୨ ମେନ୍ (ଲିଖିତ) ପରୀକ୍ଷାରେ ମୋଟ ୧୩୬୭ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଆଜି ଏହି ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆସନ୍ତା ସେପ୍ଟେମ୍ବର ୯ତାରିଖରୁ ଏହି ପ୍ରାର୍ଥୀମାନଙ୍କର ଡକ୍ୟୁମେଂଟ ଯାଂଚ ଓ ପର୍ସନାଲଟି ଟେଷ୍ଟ କରାଯିବ। ସେଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟସୂଚୀ ଆୟୋଗଙ୍କ ଦ୍ୱାରା ଜାରି କରାଯିବ ବୋଲି ଜଣାପଡ଼ିଛି।

Advertisment

ଓଡ଼ିଶା ପ୍ରଶାସନିକ ସେବା-୨୦୨୨ରେ ମୋଟ ୩୯୯ଟି ପଦବୀ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ଙ୍କ ଦ୍ୱାରା ବିଜ୍ଞାପନ ଜାରି ହୋଇଥିଲା। ଗତ ୨୦୨୪ ଫେବୃୟାରୀ ୨୫ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ମେନ୍ (ଲିଖିତ) ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଆଜି ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି। ମେନ୍ ପରୀକ୍ଷାରେ ୪୯୩ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୧୩୬୭ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଆସନ୍ତା ସେପ୍ଟେମ୍ବର ୯ ତାରିଖରୁ ଆୟୋଗଙ୍କ କଟକସ୍ଥିତ ମୁଖ୍ୟାଳୟରେ ଏହି ପ୍ରାର୍ଥୀମାନଙ୍କର ଡକ୍ୟୁମେଂଟ ଯାଂଚ ଓ ପର୍ସନାଲଟି ଟେଷ୍ଟ ହେବ। ଏ ନେଇ ସ୍ୱତନ୍ତ୍ର ଭାବେ କାର୍ଯ୍ୟସୂଚୀ ଜାରି କରାଯିବ।

ସୂଚନାଯୋଗ୍ୟ, ଓଡ଼ିଶା ପ୍ରଶାସନିକ ସେବା-୨୦୨୨ରେ ମୋଟ ୩୯୯ଟି ବିଭିନ୍ନ ପଦବୀ ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଥିଲା। ଏହି ୩୯୯ଟି ପଦବୀ(୧୩୧ଟି ମହିଳାଙ୍କ ପାଇଁ) ମଧ୍ୟରେ ଏସଇବିସିଙ୍କ ପାଇଁ ୩୮ଟି, ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୬୦ଟି, ଅନୁସୂଚିତ ଜନଜାତିଙ୍କ ପାଇଁ ୭୨ଟି, ଭିନ୍ନକ୍ଷମଙ୍କ ପାଇଁ ୩୨ଟି ସଂରକ୍ଷିତ ରହିଛି। ବାକି ୨୨୯ଟି ପଦବୀ ଅଣସଂରକ୍ଷିତ ବର୍ଗଙ୍କ ପାଇର୍ ଉଦ୍ଦିଷ୍ଟ ଥିବା ଜଣାପଡ଼ିଛି। 

Advertisment
Opsc Exam OPSC Recruitment 2024