/odisha-reporter/media/post_attachments/uploadimage/library/16_9/16_9_0/similipal_1703819792.jpg)
similipal
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷାରେ ମୁତୟନ ହେବ ୧୪ କଷ୍ଟମାଇଜଡ ଅଲ୍ ୱେଦର କଷ୍ଟମାଇଜ୍ ବୋଲେରୋ। ଅଲିଭ ଗ୍ରୀନ ରଙ୍ଗର ଏସବୁ ଗାଡ଼ିକୁ ସ୍ୱତନ୍ତ୍ର ଭାବେ ଶିମିଳିପାଳ ପାଇଁ ଡିଜାଇନ କରାଯାଇଛି। ଏଗୁଡ଼ିକରେ ରିମୋଟ କଣ୍ଟ୍ରୋଲ ସର୍ଚ୍ଚ ଲାଇଟ ଖଞ୍ଜାଯାଇଛି, ଯାହାଦ୍ୱାରା ରାତିରେ ସବୁ ଦିଗକୁ ଦେଖିହେବ। ଏମିତିକି ଏସବୁ ଯାନରେ ବର୍ଷା ଋତୁରେ ରେସକ୍ୟୁ ଅପରେସନରେ ବେଶ ସହାୟକ ହେବ।
ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ ତମ ପ୍ରତିଷ୍ଠା ଦିବସରେ ଜଙ୍ଗଲ ମନ୍ତ୍ରୀ ଏସବୁ ଗାଡ଼ିର ଶୁଭାରମ୍ଭ କରିବେ। ଆସନ୍ତାକାଲି ଠାରୁ ଶିମିଳିପାଳରେ ଏହି ସବୁ ଗାଡ଼ି ମୁତୟନ ହେବ। ଏହାଦ୍ୱାରା ଆଗାମୀ ଦିନରେ ଶିମିଳିପାଳର ସବୁ ଅଞ୍ଚଳକୁ କାଠ ମାଫିଆ ଓ ଶିକାରୀଙ୍କ କବଳରୁ ଅଧିକ ସୁରକ୍ଷିତ ଦିଆଯାଇପାରିବ।
ଗତ ବର୍ଷ ଦୁଇ ଦୁଇ ଜଣ ବନ କର୍ମଚାରୀକୁ ଶିକାର ମାନେ ଗୁଳିକରି ମାରିବା ପରେ ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷା ଦିଗରେ ବନ ବିଭାଗ କୋଠର ପଦକ୍ଷେପ ନେବା ଆରମ୍ଭ କରିଛି। ଅଭୟାରଣ୍ୟ ମଧ୍ୟରେ ଜଏଣ୍ଟ ପେଟ୍ରୋଲିଂଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରିବା ସହିତ ଲୋକଙ୍କୁ ସଚେତନ କରୁଛି। ଫଳରେ ଅଭୟାରଣ୍ୟରେ ବନ୍ୟଜନ୍ତୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
