Advertisment

ହାଇକୋର୍ଟରେ ଖାଲି ପଡ଼ିଛି ୧୪ ବିଚାରପତି ପଦବୀ, ୧.୪୫ଲକ୍ଷ ମାମଲା ବିଚାରାଧୀନ

ମୋଟ ୩୩ଜଣ ବିଚାରପତି ରହିବା ବିଧେୟ ଥିବାବେଳେ ଏବେ ହାଇକୋର୍ଟରେ ୧୯ଜଣ ବିଚାରପତି ଅଧିଷ୍ଠିତ ଅଛନ୍ତି। ୧ଲକ୍ଷ ୪୫ହଜାରରୁ ଅଧିକ ମାମଲା ବିଚାରାଧୀନ ରହିଛି। ବିଧାନସଭାରେ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Orissa High Court (File Photo)

Orissa High Court (File Photo)

Advertisment

ଓଡ଼ିଶା ହାଇକୋର୍ଟରେ ଏବେ ମାତ୍ର ୧୯ଜଣ ବିଚାରପତି ଅଧିଷ୍ଠିତ ଅଛନ୍ତି। ମୋଟ ୩୩ଜଣ ବିଚାରପତି ରହିବା ବିଧେୟ ଥିବାବେଳେ ଏବେ ୧୪ଟି ବିଚାରପତି ପଦବୀ ଖାଲି ପଡ଼ିଛି। ଆବଶ୍ୟକ ସଂଖ୍ୟକ ବିଚାରପତି ନଥିବାରୁ ହାଇକୋର୍ଟରେ ପ୍ରାୟ ୧.୪୫ଲକ୍ଷରୁ ଅଧିକ ମାମଲା ମଧ୍ୟ ବିଚାର ପାଇଁ ପଡ଼ି ରହିଥିବା ଜଣାପଡ଼ିଛି।

Advertisment

ଆଜି ବିଧାନସଭାରେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଓଡ଼ିଶା ହାଇକୋର୍ଟରେ ମୋଟ ୩୩ଜଣ ବିଚାରପତି ରହିବା ବିଧେୟକ। ଏବେ ହାଇକୋର୍ଟରେ ୧୯ଜଣ ବିଚାରପତି ଅଧିଷ୍ଠିତ ଅଛନ୍ତି। ବକେୟା ଜମା ଥବା ମାମଲାଗୁଡ଼ିକ ଶୁଣାଣି କରି ଫଇସଲା କରିବା ବିଚାରପତିମାନଙ୍କର ପରିସରଭୁକ୍ତ।

ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶ୍ନ କରିଥିଲେ ଯେ, ଓଡ଼ିଶା ହାଇକୋର୍ଟରେ କେତେ ବିଚାରପତି ରହିବା ବିଧେୟ ଓ ଏବେ କେତେଜଣ ଅଧିଷ୍ଠିତ ଅଛନ୍ତି। ଏହି ବିଚାରପତିମାନେ ତାଙ୍କର ପୂର୍ଣ୍ଣଶକ୍ତି ନିୟୋଗ କଲେ କେତେବର୍ଷ ଭିତରେ ବାକିଆ ଜମା ହୋଇଥିବା ମାମଲାଗୁଡ଼ିକ ଫଏସଲା ହୋଇପାରିବ। ତ୍ୱରିତ୍ ମାମଲା ଫଏସଲା ପାଇଁ କି କି ସଂସ୍କାରମୂଳକ ପଦକ୍ଷେପ ନେବା ପାଇଁ ସରକାର ଯୋଜନା କରିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ଅନ୍ୟପକ୍ଷରେ ଓଡ଼ିଶା ହାଇକୋର୍ଟଙ୍କ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ, ଡିସେମ୍ବର ୨ତାରିଖ(ଗତକାଲି) ସୁଦ୍ଧା ହାଇକୋର୍ଟରେ ବିଭିନ୍ନ ବର୍ଗର ମୋଟ ୧ଲକ୍ଷ ୪୫ହଜାର ୬୪୯ଟି ମାମଲା ବିଚାରାଧୀନ ରହିଛି।

Advertisment
Cuttack Odisha Assembly Orissa High Court Prithviraj Harichandan Judge Posts Vacant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe