Similipal National Park
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷାରେ ମୁତୟନ ହେଲା ୧୪ କଷ୍ଟମାଇଜଡ ଅଲ୍ ୱେଦର ଅଲ୍ ରୋଡ ବୋଲେରୋ କ୍ୟାମ୍ପର। ଅଲିଭ ଗ୍ରୀନ୍ ରଙ୍ଗର ଏସବୁ ଗାଡ଼ିକୁ ସ୍ଵତନ୍ତ୍ର ଭାବେ ଶିମିଳିପାଳ ପାଇଁ ଡିଜାଇନ କରାଯାଇଛି। ଏହି ଗାଡ଼ି ଗୁଡ଼ିକରେ ରିମୋଟ କଣ୍ଟ୍ରୋଲ ସର୍ଚ୍ଚ ଲାଇଟ୍ ଖଞ୍ଜାଯାଇଛି। ଯାହାକି ରାତି ସମୟରେ ସବୁ ଦିଗକୁ ଦେଖି ପାରିବ। ଏମିତିକି ଏସବୁ ଯାନରେ ଥିବା ୱିଞ୍ଚ ବର୍ଷା ଋତୁରେ ରେସକ୍ୟୁ ଅପରେସନରେ ବେଶ ସହାୟକ ହେବ। ନନ୍ଦନକାନନ ପ୍ରତିଷ୍ଠା ଦିବସ ଅବସରରେ ଜଙ୍ଗଲ ମନ୍ତ୍ରୀ ଏସବୁ ଗାଡ଼ିର ଶୁଭାରମ୍ଭ କରିଛନ୍ତି ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି।
ଆସନ୍ତାକାଲି ଠାରୁ ଶିମିଳିପାଳରେ ମୁତୟନ ହେବ ଏସବୁ ଗାଡ଼ି। ଏହାଦ୍ୱାରା ଆଗାମୀ ଦିନରେ ଶିମିଳିପାଳର ସବୁ ଅଞ୍ଚଳକୁ କାଠ ମାଫିଆ ଓ ଶିକାରୀଙ୍କ କବଳରୁ ଅଧିକ ସୁରକ୍ଷିତ କରାଯାଇପାରିବ ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି।
ସୂଚନାରୁ ପ୍ରକାଶ, ଗତ କିଛି ମାସ ହେଲା ଶିମିଳିପାଳ ଅଭୟାରଣ୍ୟରେ ମାତିଛନ୍ତି ଶିକାରୀ। ସେମାନେ ଅନାୟସରେ ଅଭୟାରଣ୍ୟରେ ଘୁରି ବୁଲୁଛନ୍ତି। ଆଉ ସମୟ ସୁବିଧା ଦେଖି ଶିକାର କରୁଛନ୍ତି। ଯେଉଁଥିପାଇଁ ବନ କର୍ମଚାରୀ ଓ ଶିକାରୀଙ୍କ ମଧ୍ୟରେ ସଂଘର୍ଷ ହେଉଛି। ଅନେକ ସମୟରେ ଶିକାରୀଙ୍କ ଆକ୍ରମଣରେ ବନ କର୍ମଚାରୀଙ୍କ ଜୀବନ ଯାଉଛି। ଏହାକୁ ରୋକିବା ପାଇଁ ପୁଲିସ୍ ଓ ବନ ବିଭାଗ ମିଳିତ ଭାବେ ଅପରେସନ୍ କରି ଅନେକ ଶିକାରୀଙ୍କୁ ଧରିବାରେ ସଫଳ ହୋଇଥିଲା। ତେବେ ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ଥିବା ଗାଡ଼ି ଆସିଲେ ପାଟ୍ରୋଲିଂ ସହଜ ହେବ ବୋଲି ମତ ପ୍ରକାଶ ପାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1703866584.jpeg)