Advertisment

ବଙ୍ଗୋମୁଣ୍ଡା ଗାଁରେ ୧୪୪ ଧାରା; ପରିଚୟପତ୍ର ବାଧ୍ୟତାମୂଳକ

୧୪୪ ଧାରା ଜାରି ସମୟରେ କୌଣସି ପ୍ରକାର ସଭା ସମିତି, ଶୋଭାଯାତ୍ରା କରାଯାଇପାରିବ ନାହିଁ। ୫ କିମ୍ବା ତା’ଠାରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି। ବଙ୍ଗୋମୁଣ୍ଡାକୁ କେହି ପ୍ରବେଶ କଲେ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି।

author-image
Manoranjan Sial
Bangomunda

Bangomunda

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବଙ୍ଗୋମୁଣ୍ଡା ଗାଁରେ ଗୋଷ୍ଠୀ ବିବାଦକୁ ନେଇ ଜାରି ରହିଛି ଅଶାନ୍ତ ପରିବେଶ। ଦିନକୁ ଦିନ ସ୍ଥିତି ବିଗୁଡ଼ୁଥିବା ଦେଖି ଗାଁରେ 144 ଧାରା ଜାରି କରିଛନ୍ତି ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ। ଆଜି ସକାଳ ୧୦ଟାରୁ ଆସନ୍ତାକାଲି ମଧ୍ୟ ରାତ୍ର ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ।

Advertisment

୧୪୪ ଧାରା ଜାରି ସମୟରେ କୌଣସି ପ୍ରକାର ସଭା ସମିତି, ଶୋଭାଯାତ୍ରା କରାଯାଇପାରିବ ନାହିଁ। ୫ କିମ୍ବା ତା’ଠାରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି। ବଙ୍ଗୋମୁଣ୍ଡାକୁ କେହି ପ୍ରବେଶ କଲେ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। ଗାଁର ଚାରି ପାର୍ଶ୍ୱରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଜଣେ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

ତିନି ଦିନ ତଳେ ବଙ୍ଗୋମୁଣ୍ଡା ଗାଁରେ ହୋଇଥିଲା ଛତର ଯାତ୍ରା। ସେହି ଯାତ୍ରା ଦେଖିବା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଯାତ୍ରା ଚାଲିଥିବା ବେଳେ ଆଦିବାସୀ ଗୋଷ୍ଠୀଙ୍କୁ ଦଳିତ ସମାଜର କିଛି ଲୋକ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ଆଦିବାସୀ ଗୋଷ୍ଠୀର ୫ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହି ଆକ୍ରମଣକୁ ବିରୋଧ କରିଥିଲେ ଆଦିବାସୀ ସମାଜ।

Advertisment

ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦିବାସୀ ସମାଜ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ହେଲେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଯାହାକୁ ନେଇ ଆଦିବାସୀ ସମାଜ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପୁଲିସ୍‌ର ନିଷ୍କ୍ରିୟତା ପ୍ରତିବାଦରେ ମଙ୍ଗଳବାର ଆଦିବାସୀ ସମାଜ ଓ କେତେକ ସ୍ଥାନୀୟ ଲୋକ ଥାନା ଘେରାଉ କରିଥିଲେ। ଦୀର୍ଘ ସମୟ ଧରି ଥାନାକୁ ଘେରାଉ କରି ରଖିଥିଲେ।

ଆଜି ମଧ୍ୟ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୁରକ୍ଷା ଦୃଷ୍ଟିରୁ ଆଜିଠାରୁ ଗାଁରେ ୧୪୪ ଧାରା ଜାରି କରିଛି ପ୍ରଶାସନ। ଏଥିସହ ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ବିବାଦ ସମାଧାନ ପାଇଁ ଉଦ୍ୟମ ଚାଲିଥିବା ଜଣାପଡ଼ିଛି।

ରିପୋର୍ଟ-କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir