ରାଜ୍ୟର ୧୫ ଜିଲ୍ଲାରେ ଭୂମିକମ୍ପ ଭୟ

ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସ୍କୁଲସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରଶିକ୍ଷଣ ଶିବିର ଆୟୋଜନ କରୁଛନ୍ତି ।

Representational Image

  • Published: Thursday, 28 September 2023
  • , Updated: 28 September 2023, 09:56 PM IST

ରାଜ୍ୟର ୧୫ଟି ଜିଲ୍ଲା ଭୂମିକମ୍ପପ୍ରବଣ । ଏହି ଜିଲ୍ଲାଗୁଡ଼ିକ ମଧ୍ୟମ ଧରଣର ଭୂମିକମ୍ପପ୍ରବଣ(ଜୋନ୍‌) ଭାବେ ଚିହ୍ନଟ ହୋଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ।

ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ମାର୍ଣ୍ଡି କହିଛନ୍ତି ଯେ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଏନଡିଏମଏ), ନିର୍ମାଣ ସାମଗ୍ରୀ ଓ ପ୍ରଯୁକ୍ତିବିଦ୍ୟା ପ୍ରୋତ୍ସାହନ ପରିଷଦ(ବିଏମପିଟିସି), ଗୃହନିର୍ମାଣ ଓ ସହରାଂଚଳ ଦାରିଦ୍ର‌୍ୟ ଦୂରୀକରଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଭାରତର ଭୂମିକମ୍ପ ହାଜାର୍ଡ ଜୋନିଂ ଆଟଲାସ୍ (୨୦୧୬)ର ତଥ୍ୟ ଅନୁସାରେ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ମଧ୍ୟମଧରଣର ଭୂମିକମ୍ପପ୍ରବଣ(ଜୋନ-୩) ଅଂଚଳରେ ରହିଛି ।

ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସ୍କୁଲସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରଶିକ୍ଷଣ ଶିବିର ଆୟୋଜନ କରୁଛନ୍ତି । ସହରାଂଚଳର ଲୋକଙ୍କୁ (ସହରୀ ଭୂମିକମ୍ପ ସମ୍ବେଦନଶୀତା ହ୍ରାସ କାର୍ଯ୍ୟକ୍ରମ) ମାଧ୍ୟମରେ ଭୂମିକମ୍ପ ସମ୍ପର୍କରେ ଅବଗତ କରାଯାଉଛି ।

ଭୂମିକମ୍ପ ପ୍ରତିରୋଧ ନିର୍ମାଣ ସମ୍ପର୍କରେ ଇଞ୍ଜିନିୟର ଓ ରାଜମିସ୍ତ୍ରୀମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି । ଏହାବ୍ୟତୀତ ପ୍ରାଥମିକ ସ୍କୁଲ ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବା ପାଇଁ ଭୂମିକମ୍ପକୁ ଏକ ବିଷୟ ଭାବେ ସାମିଲ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି ।

Related story