Advertisment

ମହୁମାଛି ଆକ୍ରମଣରେ ୧୫ ଆହତ

ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

author-image
Tapaswini Nayak
Bee attack

Bee attack

ମହୁମାଛି ଆକ୍ରମଣରେ ୧୫ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି କୋରାପୁଟ ଜିଲ୍ଲା ସୁନାବେଡା ହାଲ୍ ଟାଉନସିପ୍ ନର୍ସରୀ ପଛପଟେ ଥିବା ଚକର୍ଲିପୁଟ୍ ଗାଁରେ। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ଜଣ ଅବସ୍ଥା ଗୁରୁତର ରହିଛି।

Advertisment

ଆଜି ସକାଳେ ଚକର୍ଲିପୁଟ୍ ଗାଁର କିଛି ମହିଳା ଓ ପୁରୁଷ ନିଜ ନିଜର କାମଧନ୍ଦାକୁ ଯାଉଥିଲେ।  ଏହି ସମୟରେ ନର୍ସରୀ ରାସ୍ତାରେ ହଠାତ୍ ମହୁମାଛିମାନେ ନିଜ ବସାରୁ ଉଡ଼ିଆସି ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଫଳରେ ୧୫ରୁ ଅଧିକ ମହିଳା ଓ ପୁରୁଷ ଆହତ ହୋଇଥିଲେ।

ଗ୍ରାମବାସୀ ଆହତମାନଙ୍କୁ ହାଲ୍ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ୯ଜଣ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରୁ ହାଲ୍ ଡାକ୍ତରଖାନାରେ ଜଣେ ମହିଳା ଓ ପୁରୁଷ ଚିକିତ୍ସା ହେଉଥିବା ବେଳେ ୪ ଜଣ ମହିଳା ସୁନାବେଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି।

Advertisment
Honey Bee Attack Koraput