Advertisment

ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ବିଲୁଆ; ୧୫ ଆହତ

ପୋଖରୀ ଓ ଚାଷ ଜମିକୁ ଯିବା ବେଳେ ବିଲୁଆଟି ଗ୍ରାମବାସୀଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Jackel

Jackel

ଗାଁରେ ବୁଲୁଛି ବିଲୁଆ। ଯିଏ ହାବୁଡରେ ପଡ଼ୁଛି ତାକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି। ବିଲୁଆ ଭୟରେ ଘରୁ ବାହାରକୁ ବାହାରୁ ନାହାନ୍ତି ଗ୍ରାମବାସୀ। ଗଞ୍ଜାମ ଜିଲ୍ଲାରେ ଏପରି ଘଟଣା ଘଟିଛି।

Advertisment

ବିଲୁଆ କାମୁଡାରେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୭ ଜଣ ମହିଳା ଥିବା ଜଣାଯାଇଛି। ଆହମାନଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ପୋଲସରା ରେଞ୍ଜ ଅଧୀନରେ ଥିବା ହାତୀଓଟ, ଯେମାଦେଇପୁର ଓ ପ୍ରାଣପୁରଦେଇପୁର ଗାଁରେ ଆଜି ସକାଳେ ବିଲୁଆଟି ୧୫ ଜଣଙ୍କୁ କାମୁଡ଼ି ଦେଇଥିବା ଅଭିଯୋଗ ହୋଇଛି। ପୋଖରୀ ଓ ଚାଷ ଜମିକୁ ଯିବା ବେଳେ ବିଲୁଆଟି ଗ୍ରାମବାସୀଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଛି। ବିଲୁଆ ଭୟରେ ଲୋକେ ଘରକୁ ବାହାରକୁ ବାହାରୁ ନାହାନ୍ତି। ବନ ବିଭାଗ ଟିମ୍‌ ଗାଁରେ ପହଞ୍ଚି ବିଲୁଆକୁ ଧରିଆ ଚେଷ୍ଟା ଚଳାଇଛି।

Advertisment
Ganjam Jackal