Advertisment

ଆସୁଛନ୍ତି ପ୍ରଧାନମନ୍ତ୍ରୀ, ରାଜଧାନୀରେ ଜଗିବେ ୧୫ ପ୍ଲାଟୁନ୍‌ ଫୋର୍ସ

ସେ ଆହୁରି କହିଛନ୍ତି, ଟ୍ରାଫିକ ନିୟନ୍ତ୍ରଣ ପାଇଁ ୫୬ ଜଣ କନଷ୍ଟେବଲ ଓ ୧୧ ଜଣ ହାବିଲଦାର ରହିବେ ନିୟୋଜିତ ରହିବେ। ୫୦ ଜଣ ବନ୍ଧୁକଧାରୀ ପୁଲିସ ଏୟାରପୋର୍ଟ ବାହାରେ ମୁତୟନ ରହିବେ। ଡଗ ସ୍କ୍ୱାର୍ଡ ଓ ବମ୍‌ ସ୍କ୍ୱାର୍ଡ ମଧ୍ୟ ନିୟୋଜିତ ହେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

undefined

PM Modi

Advertisment

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଛନ୍ତି। ସେଥିପାଇଁ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜି କଟକ-ଭୁବନେଶ୍ୱର ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

Advertisment

ପୁଲିସ୍‌ କମିଶନରଙ୍କ କହିବା ଅନୁସାରେ ଏୟାରପୋର୍ଟରୁ ଗଭର୍ଣ୍ଣର ହାଉସ୍‌ ପର୍ଯ୍ୟନ୍ତ ମୁତୟନ ହେବେ ୧୫ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ହେବ ସୁରକ୍ଷା ବ୍ୟବସ୍ଥା। ଦାୟିତ୍ଵରେ ୬ ଜଣ ଡିସିପି ଓ ଅତିରିକ୍ତ ଡିସିପି ନିୟୋଜିତ ହେବେ। ୧୦ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୬୯ ଜଣ ଏସ୍‌ଆଇ ଓ ଏଏସଆଇ ସୁରକ୍ଷା ଦାୟିତ୍ଵରେ ରହିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସେ ଆହୁରି କହିଛନ୍ତି, ଟ୍ରାଫିକ ନିୟନ୍ତ୍ରଣ ପାଇଁ ୫୬ ଜଣ କନଷ୍ଟେବଲ ଓ ୧୧ ଜଣ ହାବିଲଦାର ରହିବେ ନିୟୋଜିତ ରହିବେ। ୫୦ ଜଣ ବନ୍ଧୁକଧାରୀ ପୁଲିସ ଏୟାରପୋର୍ଟ ବାହାରେ ମୁତୟନ ରହିବେ। ଡଗ ସ୍କ୍ୱାର୍ଡ ଓ ବମ୍‌ ସ୍କ୍ୱାର୍ଡ ମଧ୍ୟ ନିୟୋଜିତ ହେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Advertisment

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଚଣ୍ଡିଖୋଲରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ଯୋଗଦେବେ। ସେହି ସମୟ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ସୁରକ୍ଷା ‍ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Bjp Bhubaneswar Narendra Modi Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe