Advertisment

2024ରେ ଓଡ଼ିଶାରୁ ସାଇବର ଠକ ଲୁଟିଛନ୍ତି 153.14 କୋଟି

2023 ବର୍ଷକୁ 2024 ସହ ତୁଳନା କଲେ, ମୋଟ ଆର୍ଥିକ ଠକେଇ ପରିମାଣ 79.66 କୋଟି ଟଙ୍କାରୁ 415.90 କୋଟି ଟଙ୍କାକୁ ବୃଦ୍ଧି ପାଇଛି।

Cyber

Cyber

Advertisment

ଦିନକୁ ଦିନ ଓଡ଼ିଶାରେ ସାଇବର ଫ୍ରଡ୍ ବା ସାଇବର ଠକେଇ ପରିମାଣ ବଢ଼ିଚାଲିଛି। ଓଡ଼ିଶାରେ 2023ରେ 47.75 କୋଟି ଟଙ୍କାର ଠକେଇ ହୋଇଥିବାବେଳେ 2024ରେ ଠକେଇ ପରିମାଣ ତିନି ଗୁଣରୁ ଅଧିକ ଟପି 153.16 କୋଟିରେ ପହଞ୍ଚିଛି। ବିଧାନସଭାରେ ସୋମବାର ଗୃହ ମନ୍ତ୍ରୀ ଭାବେ ଏଭଳି ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 2023ରେ ଠକେଇ ହୋଇଥିବା 47.75 କୋଟି ଟଙ୍କାରୁ ମାତ୍ର 1.52 କୋଟି ଟଙ୍କା ଉଦ୍ଧାର କରିପାରିଛି ସାଇବର ପୁଲିସ୍।

Advertisment

ତେବେ ଅତିରିକ୍ତ 2.27 କୋଟି ଟଙ୍କାକୁ ଫ୍ରିଜ ବା ଅଚଳ କରିଛି ପୁଲିସ୍। ଅନ୍ୟପଟରେ 2024ରେ 153.16 କୋଟି ଟଙ୍କାର ଠକେଇରୁ ମାତ୍ର 1.99 କୋଟି ଟଙ୍କା ଉଦ୍ଧାର କରିପାରିଛି ପୁଲିସ୍। ତେବେ ଅତିରିକ୍ତ 8.53 କୋଟି ଟଙ୍କାର କାରବାରକୁ ଅଚଳ ବା ଫ୍ରିଜ୍ କରିଛି ପୁଲିସ୍। 2023ରୁ 2024 ଭିତରେ ସାଇବର ଠକେଇ ମାମଲା ସଂଖ୍ୟା 14.02% ବୃଦ୍ଧି ପାଇଛି। ତେବେ 2024ରେ 191 ଲୋକଙ୍କୁ ଗିରଫ କରାଯାଇଛି।

ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ କହିଛନ୍ତି- “ଲୋକେ ତୁରନ୍ତ ଠକାମିର ୧ ଘଣ୍ଟା ଭିତରେ ବା ଗୋଲଡେନ୍ ଆଓ୍ବାରରେ ଟୋଲ ଫ୍ରି ନମ୍ବର 1930କୁ ଫୋନ୍ କରି ହେଉ ବା ମେଲ୍ କରି ତାଙ୍କର ଅର୍ଥକୁ ସାଇବର ଠକଙ୍କ କବଳରୁ ରକ୍ଷା କରିପାରିବେ। କାରଣ ସାଇବର ଠକମାନେ ଏହାକୁ ଅନ୍ୟ ଆକାଉଣ୍ଟ, ଓ୍ବାଲେଟ ବା କ୍ରିପଟୋକରେନ୍ସି ବାଟେ ନେଇଯିବାକୁ ଚେଷ୍ଟା କରିଥାନ୍ତି। କୌଣସି ସନ୍ଦେହପୂର୍ଣ୍ଣ ଲିଙ୍କ ବା କଲ ଆଧାରରେ କାରବାର ନ କରିବା ଉଚିତ। ତାହେଲେ ସାଇବର ଠକେଇରୁ ସୁରକ୍ଷା ମିଳିବ।”

Advertisment

2023 ବର୍ଷକୁ 2024 ସହ ତୁଳନା କଲେ, ମୋଟ ଆର୍ଥିକ ଠକେଇ ପରିମାଣ 79.66 କୋଟି ଟଙ୍କାରୁ 415.90 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଆଉ ଏଥିରୁ ମାତ୍ର 10 ଭାଗ ଅର୍ଥ ଆଦାୟ କିମ୍ବା ଜବତ କରାଯାଇପାରିଛି। ସରକାରଙ୍କ କହିବା କଥା, କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ସମନ୍ବୟରେ ଗଢ଼ାଯାଇଥିବା ଟୋଲ ଫ୍ରି ନମ୍ବର 1930କୁ ତୁରନ୍ତ ଫୋନ୍ କରି ଅନେକ ଲୋକ ଠକେଇକୁ ଅଟକାଇ ପାରିଛନ୍ତି।

କ୍ରାଇମ୍ ବ୍ରାଞ୍ଚ ପୋଲିସ୍ ଝାରଖଣ୍ଡର ଜାମତରା, ହରିୟାଣାର ମେଓ୍ବାଟ, ଏନସିଆର ବା ଦିଲ୍ଲୀ ପାଖାପାଖି ଅଂଚଳ, ପଶ୍ଚିମବଙ୍ଗ ଭଳି ସାଇବର ଅପରାଧର ପେଣ୍ଠସ୍ଥଳଗୁଡ଼ିକରେ ଚଢ଼ାଉ କରି ଅନେକ ଅପରାଧୀଙ୍କୁ ଧରିଛନ୍ତି। ମାତ୍ର ଲୋକେ ଗୋଲଡନ୍ ଆଓ୍ବାର ବା ଠକେଇର ଏକ ଘଣ୍ଟା ଭିତରେ 1930କୁ ଯୋଗାଯୋଗ ନ କରି ଅଧିକ ଅର୍ଥ ହରାଉଛନ୍ତି।

ବର୍ତ୍ତମାନ ରାଜ୍ୟର 14ଟି ପୋଲିସ୍ ଜିଲ୍ଲାରେ ସାଇବର ଅପରାଧ ଓ ପୋଲିସ୍ ଥାନା ସ୍ଥାପନ କରାଯାଇଛି। ସମସ୍ତ ପୋଲିସ୍ ଜିଲ୍ଲାରେ ସାଇବର ସେଲ ଗଠନ କରାଯାଇଛି। ଭୁବନେଶ୍ବରରେ କ୍ରାଇମ ବ୍ରାଞ୍ଚର ସାଇବର କମ୍ପ୍ଲେକ୍ସ 6ଟି ସମାନ୍ତରାଳ ଇାଇନ ସହିତ ବର୍ଷ ତମାମ 24 ଘଣ୍ଟା ପାଇଁ କାମ କରୁଛି। ଏତେ ସବୁ ସତ୍ବେ ଲୋକଙ୍କୁ ଅଧିକ ସଚେତନ କରିବାକୁ ମିଡିଆରେ ବ୍ୟାପକ ବିଜ୍ଞାପନ ଦିଆଯିବା ଉଚିତ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ

Odisha Cyber Crime Cyber Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe