Advertisment

କୁକୁର କାମୁଡ଼ାରେ ୧୬୬ ଜଣ ଆହତ!

ରାସ୍ତାରେ ଯାହାକୁ ଦେଖିଲା ତାକୁ କାମୁଡ଼ିଲା। ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ୧୦ ରୁ ୧୧ ଜଣକୁ କାମୁଡ଼ିକି ଆହତ କରିସାରିଲାଣି।

author-image
Biswajit Samal
ଅଦ୍ୟତନ ହୋଇଛି
Hospital

Hospital

ବଣାଇ ଅଞ୍ଚଳରେ ପାଗଳ କୁକୁରର ଆତଙ୍କ। କୁକୁର ଭୟରେ ପିଲାଠାରୁ ବୁଢା ପଯ୍ୟନ୍ତ ଘରୁ ପଦାକୁ ବାହାରିବାକୁ ଡରୁଛନ୍ତି। ଏବେ ଯାଏ ୧୬୬ ଜଣ କୁକୁର କାମୁଡ଼ାରେ ଆକ୍ରାନ୍ତ ହୋଇ ଥିବା ସୂଚନା ଦେଲେ ବଣାଇ ଡାକ୍ତର।

Advertisment

ଆଜି ସକାଳେ ଗୋଟିଏ ପାଗଳ କୁକୁର ପାତ୍ର ସାହିର ରଥ ଛକ ଅଞ୍ଚଳରେ ଭୟର ବାତାବରଣ ଖଳାଇଛି। ଏଭଳିକି ରାସ୍ତାରେ ଯାହାକୁ ଦେଖିଲା ତାକୁ କାମୁଡ଼ିଲା। ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ୧୦ ରୁ ୧୧ ଜଣକୁ କାମୁଡ଼ିକି ଆହତ କରିସାରିଲାଣି। ଆହତ ମାନେ ବଣାଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ଅଧିକ ଗୁରୁତର ହେବାରୁ ସେମାନଙ୍କୁ ରାଉଲକେଲା ମେଡିକାଲକୁ ପଠାଯାଇଛି।

ଡାକ୍ତର ଭୋଲେଶ୍ୱର ପ୍ରଧାନଙ୍କ କହିବା ଅନୁସାରେ ଏଇ କିଛି ଦିନହେବ ବଣାଇ ଅଞ୍ଚଳରେ ୧୬୬ ଜଣ କୁକୁର କାମୁଡ଼ାରେ ଆକ୍ରାନ୍ତ ହୋଇଛନ୍ତି।

Advertisment
Dog Attack Mad Dog