Advertisment

୨ ଘଣ୍ଟା ଜାତୀୟ ରାଜପଥ ଅବରୋଧ କଲେ ହାତୀ ପଲ

ହାତୀ ପଲଙ୍କ ଯୋଗୁଁ ପ୍ରାୟ ୨ ଘଣ୍ଟା ରାସ୍ତା ଅବରୋଧ

author-image
Biswajit Samal
Elephant

Elephant

ବାଟ ଓଗାଳିଲେ ହାତୀ ପଲ। ଏକାସଙ୍ଗେ ୧୭ଟି ହାତୀ। ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ରହିଲେ। କେନ୍ଦୁଝର ଚମ୍ପୁଆ ରେଞ୍ଜେ ଗୁରୁବେଡ଼ା ଛକରେ ହାତୀପଲଙ୍କୁ ଘଉଡ଼ାଇବାକୁ ନାକେଦମ ହୋଇଛି ବନ ବିଭାଗ।

Advertisment

ହାତୀ ପଲଙ୍କ ଯୋଗୁଁ ପ୍ରାୟ ୨ ଘଣ୍ଟା ରାସ୍ତା ଅବରୋଧ ହୋଇଥିଲା। ଏହି ରାସ୍ତା ଜୁରୁଡ଼ି-ବାମେବାରୀକୁ ଏବଂ ଯୋଡ଼ା ସହରକୁ ସଂଯୋଗ କରିଥାଏ। ଛୁଆଙ୍କୁ ଧରି ହାତୀପଲ ଦୀର୍ଘ ସମୟ ଧରି ରାସ୍ତା ଉପରେ ରହିବାରୁ ଉଭୟ ପାର୍ଶ୍ୱରେ ଲୋକ ଅଟକି ରହିଥିଲେ। ଶେଷରେ ବନ ବିଭାଗ ହାତୀପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବା ପରେ ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଛି।

ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ୍ ବୈତରଣୀ-ଏ ସଂରକ୍ଷିତ ଜଙ୍ଗଲରେ ଏହି ୧୭ ଟିକିଆ ହାତୀପଲ ଗତ କିଛି ଦିନ ଧରି ଚଳପ୍ରଚଳ କରୁଥିବା ବେଳେ, ଆଜି ଗୁରୁବେଡ଼ା ଛକ ନିକଟରେ ଦୀର୍ଘ ୨ ଘଣ୍ଟା ଧରି ରହିଥିଲେ। ସେପଟେ ହାତୀପଲଙ୍କୁ ନେଇ ଆଖପାଖ ଅଞ୍ଜଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

Advertisment
Elephant Trafficking