Advertisment

ବୈଜୟନ୍ତଙ୍କ ଉଦ୍ୟମ ସଫଳ; ଲାଓସରୁ ଫେରୁଛନ୍ତି ଫସିଥିବା ୧୭ ଓଡ଼ିଆ ଶ୍ରମିକ

ଆସନ୍ତାକାଲି ସେମାନେ ଓଡିଶାରେ ପହଞ୍ଚିବା ନେଇ ଦୂତାବାସ ତରଫରୁ ସୂଚନା ମିଳିଛି।

Baijayant Panda

Baijayant Panda

Advertisment

ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଲାଓସରେ ଫସି ରହିଥିବା ୧୭ ଜଣ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରୁଛନ୍ତି। ଆସନ୍ତାକାଲି ସେମାନେ ଓଡିଶାରେ ପହଞ୍ଚିବା ନେଇ ଦୂତାବାସ ତରଫରୁ ସୂଚନା ମିଳିଛି। ଫସିଥିବା ୧୭ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଗତ ମାସ ୨୭ ତାରିଖରେ ଶ୍ରୀ ପଣ୍ଡା ଏକ ଚିଠି ଲେଖି ନିବେଦନ କରିଥିଲେ।

Advertisment

କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ରାଜକନିକା ଓ ରାଜନଗର ଅଞ୍ଚଳର ୧୧ ଜଣ, ଢେଙ୍କାନାଳର ଜଣେ, କେନ୍ଦୁଝରର ଜଣେ ଓ ଯାଜପୁରର ୪ ଜଣ ଶ୍ରମିକ ଅଧିକ ରୋଜଗାର ଆଶାରେ ଜଣେ ଏଜେଣ୍ଟଙ୍କ ଜରିଆରେ ଲାଓସ ଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଚୁକ୍ତି ମୁତାବକ ଦରମା ନଦେଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଦୈନିକ ୧୨ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ବାଧ୍ୟ କରୁଥିବା ସେମାନେ ପରିବାର ଲୋକଙ୍କୁ ଜଣାଇଥିଲେ।

ଉପାୟଶୂନ୍ୟ ହୋଇ ପରିବାର ଲୋକ ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଉପ-ସଭାପତି କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଜରିଆରେ ବୈଜୟନ୍ତ ପଣ୍ଡାଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ସେମାନଙ୍କ ଅନୁରୋଧ କ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ। ଦୂତାବାସର ତ୍ଵରିତ ପଦକ୍ଷେପ ପାଇଁ ଶ୍ରୀ ପଣ୍ଡା ଧନ୍ୟବାଦ ଜଣାଇଛନ୍ତି। ଏହି ଖବର ପାଇବା ପରେ ଶ୍ରମିକଙ୍କ ପରିବାରରେ ଓ ଗାଁରେ ଖୁସିର ଲହରୀ ଖେଳିଯାଇଛି। ଶ୍ରମିକଙ୍କ ପରିବାର ଲୋକ ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି।

Advertisment
Bjp Baijayant Jay Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe