Advertisment

ଲାଓସ୍‌ରେ ଫସିଛନ୍ତି ୧୭ ଓଡ଼ିଆ, ଉଦ୍ଧାର ପାଇଁ ବୈଜୟନ୍ତଙ୍କ ଉଦ୍ୟମ

କେନ୍ଦ୍ରାପଡା ଜିଲ୍ଲା ଆଳି, ରାଜକନିକା, ରାଜନଗର ନିର୍ବାଚନମଣ୍ଡଳୀର ୧୧ ଜଣ, ଢେଙ୍କାନାଳରୁ ୧, କେନ୍ଦୁଝରରୁ ୧ ଓ ଯାଜପୁରରୁ ୪ ଜଣ ଶ୍ରମିକ ଏଜେଣ୍ଟଙ୍କ ଜରିଆରେ ଲାଓସ୍‌ ଯାଇଥିଲେ।

undefined

Baijayant Panda

Advertisment

ଲାଓସ୍‌ରେ ଫସିଛନ୍ତି ୧୭ ଓଡ଼ିଆ ଶ୍ରମିକ। ସେମାନଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା।

Advertisment

କେନ୍ଦ୍ରାପଡା ଜିଲ୍ଲା ଆଳି, ରାଜକନିକା, ରାଜନଗର ନିର୍ବାଚନମଣ୍ଡଳୀର ୧୧ ଜଣ, ଢେଙ୍କାନାଳରୁ ୧, କେନ୍ଦୁଝରରୁ ୧ ଓ ଯାଜପୁରରୁ ୪ ଜଣ ଶ୍ରମିକ ଏଜେଣ୍ଟଙ୍କ ଜରିଆରେ ଲାଓସ୍‌ ଯାଇଥିଲେ। ସେଠାରେ ଏକ କମ୍ପାନୀରେ କାମ କରୁଥିଲେ। ହେଲେ କମ୍ପାନୀ କର୍ତ୍ତୃପକ୍ଷ ଚୁକ୍ତି ମୁତାବକ ଦରମା ଦେଉନି। ଦୈନିକ ୧୨ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ବାଧ୍ୟ କରାଯାଉଛି। ନାନା ନିର୍ଯାତନା ଦିଆଯାଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଉପାୟଶୂନ୍ୟ ହୋଇ ପରିବାର ଲୋକ କେନ୍ଦ୍ରାପଡା ଜିଲ୍ଲା ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଜରିଆରେ ବୈଜୟନ୍ତ ପଣ୍ଡାଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଅନୁରୋଧ କ୍ରମେ ଶ୍ରୀଯୁକ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି।

Advertisment
Cuttack Jajpur Kendrapara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe