Advertisment

ଶିମିଳିପାଳ ଅଭୟାରଣ୍ୟରେ ଫାଙ୍କା ପଡ଼ିଛି ୧୮୧ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

୨ ହଜାର ୭୫୦ ବର୍ଗକିଲୋମିଟର ବିଶିଷ୍ଟ ଶିମିଳିପାଳ ଅଭୟାରଣ୍ୟରେ ୧୨ଟି ରେଞ୍ଜ, ୨୧୪ଟି ଆଣ୍ଟି ପୋଚିଙ୍ଗ୍ କ୍ୟାମ୍ପ, ୧୬ଟି ୱାଚ୍ ଟାୱାର ଓ ୧୯ଟି ଚେକ୍ ପଏଣ୍ଟ ରହିଛି।

author-image
Manoranjan Sial
undefined

similipalgate

ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ। ୨ ହଜାର ୭୫୦ ବର୍ଗ କିଲୋମିଟର ବିଶିଷ୍ଟ ଏହି ଅଭୟାରଣ୍ୟର ସୁରକ୍ଷା ପାଇଁ ନାହାନ୍ତି ଆବଶ୍ୟକ କର୍ମଚାରୀ। ଫାଙ୍କା ପଡ଼ିଛି ୧୮୧ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦବୀ।

Advertisment

ଉତ୍ତର ଶିମିଳିପାଳ ଡିଭିଜନରେ ୪୦ ଫରେଷ୍ଟର ପଦବୀ ରହିଛି। ସେଥିରେ ୨୪ ପଦବୀ ଖାଲି ପଡ଼ିଛି। ସେହିପରି ୮୧ ଫରେଷ୍ଟ ଗାର୍ଡ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୩୦। ବର୍ତ୍ତମାନ ଫାଙ୍କା ପଡ଼ିଛି ୫୧ଟି ପଦବୀ। ସମାନ ଅବସ୍ଥା ଦକ୍ଷିଣ ଶିମିଳିପାଳ ଡିଭିଜନରେ। ଏଠାରେ ୧୨ ଫରେଷ୍ଟର ପଦବୀ ଓ ୪୩ ଫରେଷ୍ଟ ଗାର୍ଡ ପଦବୀ ଫାଙ୍କା ରହିଛି। ଏମିତି ସ୍ଥିତିରେ କେବଳ ଗାଡ଼ି ଯୋଗାଇଦେଲେ, କେମିତି ହେବ ଶିମିଳିପାଳର ସୁରକ୍ଷା ? ଗତ ୨୯ ତାରିଖରେ ଶିମିଳିପାଳ ସୁରକ୍ଷାରେ ରାଜ୍ୟ ସରକାର ୧୪ଟି କଷ୍ଟମାଇଜଡ୍‌ ଭେଇକିଲ୍‌ ନିୟୋଜିତ କରିବା ପରେ ଏମିତି ପ୍ରଶ୍ନ କରିଛି ରାଜ୍ୟ ଫରେଷ୍ଟ ଗାର୍ଡ ସଂଘ।

ଆଉ ଅଭିଯୋଗ କରିଛି, ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଲେନି। ତେଣୁ ଏସବୁ ନୂଆ ଗାଡ଼ିରେ କିଏ ବସିବେ ଓ କେମିତି ଶିମିଳିପାଳକୁ ସୁରକ୍ଷା ଯୋଗାଯିବ ବୋଲି ପ୍ରଶ୍ନ କରିଛି ସଂଘ।

Advertisment

୨ ହଜାର ୭୫୦ ବର୍ଗକିଲୋମିଟର ବିଶିଷ୍ଟ ଶିମିଳିପାଳ ଅଭୟାରଣ୍ୟରେ ୧୨ଟି ରେଞ୍ଜ, ୨୧୪ଟି ଆଣ୍ଟି ପୋଚିଙ୍ଗ୍ କ୍ୟାମ୍ପ, ୧୬ଟି ୱାଚ୍ ଟାୱାର ଓ ୧୯ଟି ଚେକ୍ ପଏଣ୍ଟ ରହିଛି। ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ କହିଛନ୍ତି, ପ୍ରତି ରେଞ୍ଜ ପାଇଁ ଅତିକମରେ ୨ଟି ଗାଡ଼ି ଦରକାର। ତେଣୁ ଖୁବଶୀଘ୍ର ଶିମିଳିପାଳକୁ ଆଉ ୧୦ଟି ଗାଡ଼ି ଦରକାର ପଡ଼ିବ। ଏପଟେ ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି, ଶିମିଳିପାଳରେ ପୂର୍ବରୁ ନିୟୋଜିତ ଗାଡ଼ିର ଠିକ ଭାବେ ରକ୍ଷଣାବେକ୍ଷଣ ହେଉନି। ତେଣୁ ଅନେକ ଗାଡ଼ି ସେବାରେ ଲାଗିପାରୁନି। ଏହାଛଡ଼ା ଶିମିଳିପାଳ ପାଇଁ ଚାଲି ଚାଲି ପାଟ୍ରୋଲିଂ ସବୁଠୁ ଭରସାଯୋଗ୍ୟ।

ରିପୋର୍ଟ-ବାରିପଦାରୁ ମାନିକଲାଲ ପାଣି

Similipal National Park Odisha Forest Dept