Advertisment

ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବିମାନ

ଦିଲ୍ଲୀରୁ ଆସୁଥିବା ଏୟାର ଇଣ୍ଡିଆ ଓ ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନ କୋଲକାତାକୁ ଡାଇଭର୍ଟ କରାଯାଇଥିବା ବେଳେ, ଝାରସୁଗୁଡ଼ାରୁ ଆସୁଥିବା ଏକ ହେଲିକପ୍ଟର ଅବତରଣ କରି ନ ପାରି ଫେରିଯାଇଛି।

ଅଦ୍ୟତନ ହୋଇଛି
undefined

Air India

Advertisment

ଖରାପ ପାଗ ପାଇଁ ଡାଇଭର୍ଟ ହୋଇଛି ଭୁବନେଶ୍ୱର ଆସୁଥିବା ଦୁଇଟି ବିମାନ। ଦିଲ୍ଲୀ ଓ ମୁମ୍ବାଇରୁ ଆସୁଥିବା ୨ଟି ବିମାନ କୋଲକାତାକୁ ଡାଇଭର୍ଟ କରାଯାଇଛି। ଦିଲ୍ଲୀରୁ ଆସୁଥିବା ଏୟାର ଇଣ୍ଡିଆ ଓ ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନ କୋଲକାତାକୁ ଡାଇଭର୍ଟ କରାଯାଇଥିବା ବେଳେ, ଝାରସୁଗୁଡ଼ାରୁ ଆସୁଥିବା ଏକ ହେଲିକପ୍ଟର ଅବତରଣ କରି ନ ପାରି ଫେରିଯାଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।

Advertisment

ସେପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ବିମାନବନ୍ଦର ଚତୁପାର୍ଶ୍ୱରୁ ଯେତେବେଳେ କଳାହାଣ୍ଡିଆ ମେଘ ଦେଖା ଦିଏ, ସେହି ସମୟରେ ଆମେ ଏରୋଡ୍ରମ୍‌ ୱାର୍ଣିଂ ସୂଚନା ଜାରୀ କରିଥାଉ। ଆଜି ମଧ୍ୟ ଦିନ ଗୋଟାଏ ସମୟରେ ଆମେ ସୂଚନା ଦେଇଥିଲୁ। ପରବର୍ତ୍ତୀ ସମୟରେ ଏହା ଅଧିକ ସିଭିଅର ହୋଇଥିଲା। ପାଣିପାଗ ବିଭାଗ କେବଳ ସୂଚନା ଦେଇଥାଏ। ବିମାନ ଉଡାଣ ନେଇ ବିମାନବନ୍ଦର କର୍ତ୍ତୃପକ୍ଷ ନିଷ୍ପତ୍ତି ନିଅନ୍ତି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି।

Bhubaneswar Indigo Airlines Air India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe