ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗୁମିକିଆ ଗ୍ରାମ ପଞ୍ଚାୟତର ରାଣୀପଦର ଗାଁରେ। ମୃତ ଶିଶୁ ଦ୍ୱୟ ହେଲେ ରାଣୀପଦର ଗାଁର ପିତସ ପ୍ରଧାନ ଓ ଲଳିତ ପ୍ରଧାନଙ୍କ ପାଞ୍ଚ ବର୍ଷର ଦୁଇ ଶିଶୁ ହିମାଂଶୁ ପ୍ରଧାନ ଓ ସଲଟିଜନ୍ ପ୍ରଧାନ।
ପିତସଙ୍କ ସ୍ତ୍ରୀ ଗତକାଲି ଚୁଆକୁ ପାଣି ଆଣିବା ପାଇଁ ଯାଇଥିଲେ। ତାଙ୍କ ସାଥିରେ ହିମାଂଶୁଓ ସଲଟିଜନ୍ ସହ ଆଉ ଜଣେ ଶିଶୁ ଯାଇଥିଲେ। ପିତସଙ୍କ ସ୍ତ୍ରୀ ଚୁଆକୁ ପାଣି ଆଣି ଘରକୁ ଫେରିବା ପୂର୍ବରୁ ତିନି ଜଣ ଶତଶୁ ଘରକୁ ପଳାଇ ଆସିଥିଲେ। ଘରକୁ ଫେରିବା ବାଟରେ ହିମାଂଶୁ ଓ ସଲଟିଜନ ବାଟରେ ଥିବା ପୋଖରୀକୁ ଯାଇଥିଲେ। ସେଠାରେ ସେମାନଙ୍କ ଗୋଡ଼ ଖସିଯାଇଥିଲା। ଉଭୟ ପାଣିରେ ବୁଡ଼ି ଯାଇଥିଲେ।
Also Read
ଏହି ବିଷୟରେ ଅନ୍ୟ ଜଣ ଶିଶୁ ଘରେ ସବୁ କଥା କହିଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ହିମାଂଶୁ ଓ ସଲଟିଜନଙ୍କୁ ପୋଖରୀରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ଶିଶୁଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପଦ୍ମ ବିଜେତା, କୃତଜ୍ଞତା ଜଣାଇଲେ
ପଦ୍ମ ପୁରସ୍କାରପ୍ରାପ୍ତଙ୍କ ସମ୍ମାନରେ ରାଜ୍ୟ ବିଜେପି ସରକାର ୩୦ହଜାର ଟଙ୍କାର ପେନସନ୍ ପ୍ରଦାନ ବ୍ୟବସ୍ଥା କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ।
Miscellaneous
୪ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର: ମେଡିସିନରେ ଅଶୋକ ମହାପାତ୍ର, ଓଡ଼ିଶୀରେ ଦୁର୍ଗାଚରଣ
ମେଡିସିନ୍ କ୍ଷେତ୍ରରେ ପ୍ରତିଷ୍ଠିତ ଡାକ୍ତର ଅଶୋକ କୁମାର ମହାପାତ୍ର , ଓଡ଼ିଶୀରେ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର, ଢେଙ୍କାନାଳର ସ୍ଥପତି ଆଦିତ୍ୟ ଗଡ଼ନାୟକ ଓ ବିଶିଷ୍ଟ ସାହିତ୍ୟିକ ପ୍ରତିଭା ଶତପଥୀଙ୍କୁ ଚଳିତବର୍ଷ ଏହି ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛି ।
Miscellaneous
ନିଆଁ ପାଇଁ ବାରବାଟୀ ଅସୁରକ୍ଷିତ?
ପ୍ରାୟ ୨୨ ଏକର ଜମିରେ ପ୍ରତିଷ୍ଠିତ ଏହି ଷ୍ଟାଡିୟମରେ ନେସନାଲ ବିଲଡିଂ କୋଡ୍-୨୦୧୬ ଅନୁଯାୟୀ ଅଗ୍ନି ସୁରକ୍ଷା ବ୍ୟବସ୍ଥା ରହିନଥିବା ଦର୍ଶାଇଛି ଅଗ୍ନି ସୁରକ୍ଷା ନିର୍ଦ୍ଦେଶାଳୟ।
Miscellaneous
ମୋହନ ସରକାର କରିବେ ୩.୯୧ଲକ୍ଷ ଏକର ଜମିକୁ ଜଳସେଚନ, ଖର୍ଚ୍ଚହେବ ୯୬୫୨କୋଟି
ରାଜ୍ୟରେ ମୋଟ ୬୧.୮୦ଲକ୍ଷ ହେକ୍ଟର ଚାଷଜମି ଥିବାବେଳେ ସେଥିରୁ ୨୦୨୪ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୪୯.୯୩ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଉପଲବ୍ଧ ହୋଇସାରିଛି । ଏବେ ଏହି ଯୋଜନାରେ ଆଉ ୧.୫୮ଲକ୍ଷ ହେକ୍ଟର ଚାଷ ଜମି(୩.୯୧ଲକ୍ଷ ଏକର)କୁ ଜଳସେଚନ ସୁବିଧା ଯୋଗାଇବାକୁ ରାଜ୍ୟ ସରକାର ବଜେଟରେ ଆବଶ୍ୟକ ବ୍ୟୟବରାଦ କରିଥିବା ଜଣାପଡ଼ିଛି ।
Miscellaneous
ଆଇପିଏସ୍ କୁଳଦୀପ ମୀନା ରାଜ୍ୟପାଳଙ୍କ ନୂଆ ଏଡିସି
୨୦୨୧ ବ୍ୟାଚ୍ ଆଇପିଏସ୍ କୁଳଦୀପ ମୀନାଙ୍କୁ ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତି ମିଳିଛି ।