Advertisment

ପୋଖରୀରେ ବୁଡ଼ି ୨ଶିଶୁ ମୃତ

ଦୁଇ ଶିଶୁଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Drowning

Drowning

Advertisment

ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗୁମିକିଆ ଗ୍ରାମ ପଞ୍ଚାୟତର ରାଣୀପଦର ଗାଁରେ। ମୃତ ଶିଶୁ ଦ୍ୱୟ ହେଲେ ରାଣୀପଦର ଗାଁର ପିତସ ପ୍ରଧାନ ଓ ଲଳିତ ପ୍ରଧାନଙ୍କ ପାଞ୍ଚ ବର୍ଷର ଦୁଇ ଶିଶୁ ହିମାଂଶୁ ପ୍ରଧାନ ଓ ସଲଟିଜନ୍ ପ୍ରଧାନ।

Advertisment

ପିତସଙ୍କ ସ୍ତ୍ରୀ ଗତକାଲି ଚୁଆକୁ ପାଣି ଆଣିବା ପାଇଁ ଯାଇଥିଲେ। ତାଙ୍କ ସାଥିରେ ହିମାଂଶୁଓ ସଲଟିଜନ୍ ସହ ଆଉ ଜଣେ ଶିଶୁ ଯାଇଥିଲେ। ପିତସଙ୍କ ସ୍ତ୍ରୀ ଚୁଆକୁ ପାଣି ଆଣି ଘରକୁ ଫେରିବା ପୂର୍ବରୁ ତିନି ଜଣ ଶତଶୁ ଘରକୁ ପଳାଇ ଆସିଥିଲେ। ଘରକୁ ଫେରିବା ବାଟରେ ହିମାଂଶୁ ଓ ସଲଟିଜନ ବାଟରେ ଥିବା ପୋଖରୀକୁ ଯାଇଥିଲେ। ସେଠାରେ ସେମାନଙ୍କ ଗୋଡ଼ ଖସିଯାଇଥିଲା। ଉଭୟ ପାଣିରେ ବୁଡ଼ି ଯାଇଥିଲେ।

ଏହି ବିଷୟରେ ଅନ୍ୟ ଜଣ ଶିଶୁ ଘରେ ସବୁ କଥା କହିଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ହିମାଂଶୁ ଓ ସଲଟିଜନଙ୍କୁ ପୋଖରୀରୁ  ଉଦ୍ଧାର କରି  ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ଶିଶୁଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Advertisment
Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe