କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଦୁର୍ଗାପଙ୍ଗା ପଞ୍ଚାୟତର ଦୁର୍ଗମ ଗାଁରେ ଝାଡ଼ାବାନ୍ତି ଆତଙ୍କ। ୪ ଦିନରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ମହିଳା ଜଣକ ହେଲେ କାଣିବାରୁ ଗାଁର ପୂର୍ତ୍ତି ମାଝୀ।
ବାଡ଼ିପାଙ୍ଗା, ଡିମିଲି ଓ ଭଣ୍ଡରାଶାଳ ଗାଁରେ ଝାଡ଼ାବାନ୍ତି ଥମିବାର ନା ନେଉନାହିଁ। ପୂର୍ବରୁ ଏହି ଗାଁ ଗୁଡିକରେ ଝାଡ଼ାବାନ୍ତିରେ ଅନେକ ଲୋକଙ୍କର ଜୀବନ ଯାଇଛି। ତେବେ ଏହି ୪ଦିନରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।
Also Read
ଗାଁ ଗୁଡ଼ିକରେ ମେଡିକାଲ ଟିମ୍ ପହଞ୍ଚି ଘର ଘର ବୁଲି ସ୍ଥିତି ଅନୁଧ୍ୟାନ କରିବା ସହିତ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରଖିଛନ୍ତି। ଆଶାକର୍ମୀ ମଧ୍ୟ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରୁଛନ୍ତି। ଏଥିସହ ପାଣି ନମୂନା ପରୀକ୍ଷା ପାଇଁ ପଠାଯାଇଛି। ତେବେ କେଉଁ କାରଣ ପାଇଁ ଗାଁରେ ଝାଡ଼ାବାନ୍ତି ବ୍ୟାପୁଛି, ତାର କାରଣ ଜଣାପଡ଼ିନାହିଁ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଥାନାରେ ପୁଲିସର ଆଚରଣ ପାଇଁ ଆସିବ ମାର୍ଗଦର୍ଶିକା, ସବୁ ପୁଲିସ ଶିଖିବେ ସିସିଟିଭି କ୍ୟାମେରା ପରିଚାଳନା
ଆଜି ହାଇକୋର୍ଟରେ ବରିଷ୍ଠ ଆଇପିଏସ୍ ଶ୍ରୀ ଗଙ୍ଗୱାର ହାଜର ହୋଇ ପୁଲିସ ଥାନାଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଇବାକୁ ନେଇ କ’ଣ ପଦକ୍ଷେପ ନିଆଯାଇଛି ତାହା ସତ୍ୟପାଠ ଆକାରରେ ଜଣାଇଛନ୍ତି।
Miscellaneous
ରାଜ୍ୟ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ୨୦ଲକ୍ଷ ଟଙ୍କାକୁ ବୃଦ୍ଧି, ପିଛିଲା ଭାବେ ୨୦୨୪ ଜାନୁୟାରୀ ୧ରୁ ଲାଗୁ
ଏହି ବର୍ଦ୍ଧିତ ଗ୍ରାଚ୍ୟୁଇଟି ପିଛିଲା ଭାବେ ୨୦୨୪ ଜାନୁୟାରୀ ୧ରୁ ଲାଗୁ ହେବ ।
Miscellaneous
ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀକ୍ଷେତ୍ର ଆସିଲା ଅତ୍ୟାଧୁନିକ ବସ୍, କାମରେ ଲାଗୁନି
ପୁରୀକୁ ଆସୁଥିବା ସାଧାରଣ ଭକ୍ତଙ୍କ ସୁବିଧା ଲାଗି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ବେଳେ ଏ ସବୁ ବସ୍ ଶ୍ରୀମନ୍ଦିର ପ୍ରଶାନକୁ ହସ୍ତାନ୍ତର କରାଯାଇଥିଲା। ବସରେ ଶ୍ରୀମନ୍ଦିର ପ୍ରଶାସନ ଲୋଗୋ ସାଙ୍ଗକୁ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଷ୍ଟିକର ଲାଗିଛି।
Miscellaneous
ତ୍ୱରିତ ଫଇସଲା ହେବ ରାଜସ୍ୱ ପରିଷଦରେ ପଡିଥିବା ମାମଲା
ବର୍ତ୍ତମାନ ସୁଦ୍ଧା ରାଜସ୍ୱ ପରିଷଦ ଅଧୀନରେ ୧ ଲକ୍ଷ ୩୧ ହଜାର ମାମଲା ବିଚାରାଧୀନ ରହିଛି। ବିଚାରାଧୀନ ପୁରୁଣା ମାମଲାର ହ୍ରାସ ଲାଗି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, ନିର୍ଦ୍ଦେଶକ ଏଲ୍.ଆର୍.ଏସ୍ ପ୍ରମୁଖଙ୍କ ନିୟମିତ ରିଭ୍ୟୁ ମିଟିଂ କରିଛନ୍ତି।
Miscellaneous
ସହର ଉପକଣ୍ଠରେ ବୁଲିବ କଳାବାଘ, ପାଖରୁ ଦେଖିବେ ଲୋକେ
ବାରିପଦାଠାରୁ ପ୍ରାୟ ୭ କିମି ଗଲେ ପଡ଼ିବ ମଞ୍ଚାବନ୍ଧା ଶାଳ ଜଙ୍ଗଲ। ଏହି ଗ୍ରାମ୍ୟ ଜଙ୍ଗଲରେ କଳା ବାଘର ସଫାରୀ ନିର୍ମାଣ ହେବ। ପ୍ରାୟ ପଚାଶ ଏକର ଜମିରେ ବାଘ ପାଇଁ ସ୍ଵତନ୍ତ୍ର ଏନ୍କ୍ଲୋଜର ହେବ।