ବଲାଙ୍ଗିର ଜିଲ୍ଲାରେ ଝାଡ଼ାବାନ୍ତି ଆତଙ୍କ। ତୁରକେଲା ବ୍ଲକ ମହୁଲପାର୍ଟି ପଞ୍ଚାୟତର କାନ୍ଦଗାଡ ଗାଁରେ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆକ୍ରାନ୍ତ ହୋଇଛନ୍ତି। ତିନିଜଣ ଗୁରୁତର ଅବସ୍ଥାରେ ତୁରକେଲା ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟମାନଙ୍କର ଗାଁରେ ଚିକିତ୍ସା ଜାରି ରହିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଅନ୍ୟ ଜଣେ ପୁରୁଷ ଥିବା ଜଣାଯାଇଛି।
ଗାଁରେ ମେଡିକାଲ ଟିମ୍ ଅସ୍ଥାୟୀ କ୍ୟାମ୍ପ କରି ଲୋକମାନଙ୍କ ଚିକିତ୍ସା ଜାରି ରଖିଛନ୍ତି। ତେବେ କେଉଁ କାରଣ ପାଇଁ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି ତାହା ଜଣାପଡ଼ିନାହିଁ। ଦୂଷିତ ପାଣି ଝାଡ଼ାବାନ୍ତି କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଆଜି ପାଣି ନମୂନା ପରୀକ୍ଷା ପଠାଯିବ ବୋଲି ସୂଚନା ରହିଛି।
ସୂଚନାଯୋଗ୍ୟ, ବଲାଙ୍ଗିର ଜିଲ୍ଲାରେ ପ୍ରାୟ ୨୦ ଜଣ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
Also Read
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ୨ୟ ମେରିଟ୍ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପୂରଣ ହେବ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ। ନୂଆ କଟ୍-ଅଫ୍ ମାର୍କ ସ୍ଥିର କରି ୨ୟ ମେରିଟ୍ ଲିଷ୍ଟ ଜାରି କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ।
Miscellaneous
ନୂଆ ବର୍ଷରୁ ନୂଆ ନିୟମ; ଏଣିକି ପ୍ରତି ମାସ ମିଳିବ ରାସନ ସାମଗ୍ରୀ
ପୂର୍ବରୁ ତିନି ମାସରେ ଥରେ ମିଳୁଥିବା ରାସନ ସାମଗ୍ରୀ ଏଣିକି ପ୍ରତିମାସ ମିଳିବ । ଜାନୁୟାରୀ ମାସରୁ ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Miscellaneous
ଘଟଣା ସଂପର୍କରେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ
ସ୍କୁଲରେ ପ୍ରାର୍ଥନା ସରୁ ସରୁ ଶ୍ରେଣୀ ଗୃହକୁ ନ ଯାଇ ସମସ୍ତେ ସିଧା ଚାଲି ଯାଇଥିଲେ ବିଧାୟିକାଙ୍କ ଘରକୁ।
Miscellaneous
ପୂର୍ବତନ ‘ଭୁବନେଶ୍ୱର ମଧ୍ୟ’ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ
ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।