Advertisment

ବଲାଙ୍ଗିରରେ ବ୍ୟାପୁଛି ଝାଡ଼ାବାନ୍ତି;୨ ମୃତ,୫୦ ଆକ୍ରାନ୍ତ

ଗାଁରେ ଝାଡ଼ାବାନ୍ତି ବ୍ୟାପିକାର କାରଣ ଜଣାପଡ଼ି ନଥିବା ବେଳେ ନଳକୂପ ପାଣି ପିଇବା ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ସନ୍ଦେହ କରାଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Dead person

Dead person

ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ଲଖପାଲି ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି। ଏଥିରେ ୨ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ଜଣ ଆକ୍ରାନ୍ତ ହୋଇଛନ୍ତି। ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନେ ଗାଁରେ ଚିକିତ୍ସିତ ହେଉଛନ୍ତି।

Advertisment

୫ ଦିନ ତଳେ ଝାଡ଼ାବାନ୍ତିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଗାଁରେ ଝାଡ଼ାବାନ୍ତି ବ୍ୟାପିକାର କାରଣ ଜଣାପଡ଼ି ନଥିବା ବେଳେ ନଳକୂପ ପାଣି ପିଇବା ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ସନ୍ଦେହ କରାଯାଉଛି।

ସେହିପରି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଟିକରପଡ଼ା ଗାଁରେ ଝାଡ଼ାବାନ୍ତିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି।ଗାଁର କୂଅରୁ ପାଣି ପିଇବା ଯୋଗଚ ଝାଡ଼ାବାନ୍ତି ବ୍ୟାପୁଥିବା ଗାଁ ଲୋକମାନେ ଅଭିଯୋଗ କରିଛନ୍ତି।

Advertisment
Bolangir