/odisha-reporter/media/post_attachments/uploadimage/library/16_9/16_9_0/IMAGE_1690627964.jpeg)
sewage tank
ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱର ଶିଶୁପାଳଗଡ଼ ରଘୁନାଥ ନଗର ଲେନ୍-୨ରେ ଆଜି ଘଟିଛି ଏହି ଦୁଃଖଦ ଘଟଣା। ପାଇଖାନା ଟାଙ୍କି ସଫା କରିବାକୁ ୨ ଜଣ ଶ୍ରମିକ ସ୍ୱରେଜ୍ ଚାମ୍ୱର ଭିତରକୁ ପଶିଥିଲେ। ଭିତରେ ଅମ୍ଳଜାନ ଅଭାବରୁ ସେମାନେ ଅଣନିଶ୍ୱାସୀ ହୋଇଯାଇଥିଲେ। ବହୁ ଚେଷ୍ଟା ସତ୍ତ୍ୱେ ସେମାନେ ବାହାରକୁ ଆସିପାରି ନ ଥିଲେ। ସ୍ଥାନୀୟ ଲୋକେ ମଧ୍ୟ ଚେଷ୍ଟା କରି ସେମାନଙ୍କୁ ବାହାରକୁ ଆଣି ପାରି ନଥିଲେ।
Advertisment
ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ୨ ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ହସ୍ପିଟାଲରେ ୨ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଏହି ଘଟଣାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି।
ଶ୍ରମିକ ଲଗାଇ ପାଇଖାନା ଟାଙ୍କି ସଫା କରିବା ବେଆଇନ। ମେସିନ୍ ବା ସେସ୍ ପୁଲ୍ ଗାଡ଼ି ଡକାଇ ପାଇଖାନା ଟାଙ୍କି ସଫା କରିବା ନିୟମ ରହିଛି। ହେଲେ ନିୟମକୁ ବେଖାତିର କରି ଶ୍ରମିକଙ୍କ ଜୀବନ ଓ ସ୍ୱାସ୍ଥ୍ୟକୁ ବାଜିରେ ଲଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
