Advertisment

ଝାଡ଼ାବାନ୍ତିରେ ୨ ମୃତ୍ୟୁ, ୨୫ ଆକ୍ରାନ୍ତ

ଟିକରପଡ଼ା ଗାଁରେ କିଛିଦିନ ହେବ ଝାଡ଼ାବାନ୍ତି ଆତଙ୍କ ଲାଗିରହିଛି। ପ୍ରତ୍ୟକ ଦିନ ଗାଁର ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହେଉଛନ୍ତି।

village

village

Advertisment

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଟିକରପଡ଼ା ଗାଁରେ ଝାଡ଼ାବାନ୍ତି ଆତଙ୍କ। ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ମୃତକ ହେଲେ କନ୍ଧ ସହୁ ଓ ଦେବ ଗୌଡ଼ ବୋଲି ଜଣାପଡ଼ିଛି।

Advertisment

ଟିକରପଡ଼ା ଗାଁରେ କିଛିଦିନ ହେବ ଝାଡ଼ାବାନ୍ତି ଆତଙ୍କ ଲାଗିରହିଛି। ପ୍ରତ୍ୟକ ଦିନ ଗାଁର ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହେଉଛନ୍ତି। ଗତ ତିନିଦିନ ତଳେ କନ୍ଧ ସହୁ ଓ ଦେବ ଗୌଡ଼ଙ୍କର ହଠାତ ଝାଡ଼ାବାନ୍ତି ହୋଇଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକ ଭଞ୍ଜନଗର ମେଡିକାଲକୁ ନେଇଥିଲେ। ସେଠାରେ ଚିକିତ୍ସା ଚାଲିଥିବା ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା।

ଏବେ ବେଲଗୁଣ୍ଠା ଓ ଭଞ୍ଜନଗର ମେଡ଼ିକାଲରେ ୧୦ରୁ ଅଧିକ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଅନେକ ରୋଗୀ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।

Advertisment

ଗାଁର କୂଅରୁ ପାଣି ପିଇ ଝାଡ଼ାବାନ୍ତି ବ୍ୟାପୁଥିବା ଗାଁ ଲୋକମାନେ ଅଭିଯୋଗ କରିଛନ୍ତି। ଗାଁକୁ ବିଶୁଦ୍ଧ ଜଳ ଯୋଗାଇବା ପାଇଁ ଦୁଇବର୍ଷ ତଳେ ପାଇପ ବିଛାହୋଇ ସବୁ ଘରକୁ ଟ୍ୟାପ ଲାଗାଯାଇଥିଲା। ହେଲେ ପିଇବା ପାଣି ଆସୁ ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଯାହା ଫଳରେ ଗାଁ ଲୋକମାନେ ବାଧ୍ୟ ହୋଇ ଦୂଷିତ ଜଳ ବ୍ୟବହାର କରୁଛନ୍ତି।

ରିପୋର୍ଟ- ଭଞ୍ଜନଗରରୁ ରାଜେଶ କୁମାର ପଣ୍ଡା

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe