Advertisment

ବ୍ୟାପୁଛି ଝାଡ଼ାବାନ୍ତି; ୧୩ ଦିନ ତଳେ ଦାଦା, କାଲି ପୁତୁରା ଆଖି ବୁଜିଲେ

ପାରାଦୀପ ଗଡରେ ବ୍ୟାପୁଛି ଝାଡ଼ାବାନ୍ତି। ଆଜକୁ ୧୫ ଦିନ ତଳେ ଏହି ଗାଁର ଦ୍ଵିଜବର ରାଉତ(୫୮)ଙ୍କ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକ ତାଙ୍କୁ ଅଠବାଙ୍କି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସାଲାଇନ୍‌ ଓ ଇଞ୍ଜେକସନ୍‌ ନେବା ପରେ ଘରକୁ ଫେରିଥିଲେ।

Paradeep

Paradeep

Advertisment

ଘରକୁ ଘର ବ୍ୟାପୁଛି ଝାଡ଼ାବାନ୍ତି। ୧୩ ଦିନ ତଳେ ଦାଦାଙ୍କ ମୃତ୍ୟୁ ଘଟିଥିଲା। ଗତକାଲି(ଶନିବାର) ପୁତୁରା ଆଖି ବୁଜିଛନ୍ତି। ଏବେ ମଧ୍ୟ ଅନେକ ଗାଁ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲା ପାରାଦୀପ ଗଡ଼ ଗାଁରୁ ଆସିଛି ଏପରି ଅଭିଯୋଗ। ଝାଡ଼ାବାନ୍ତି ବ୍ୟାପିବାର କାରଣ ଜଣାପଡ଼ି ନାହିଁ। ତେବେ ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ବ୍ୟାପୁଥିବା ସନ୍ଦେହ କରାଯାଉଛି।

Advertisment

ପାରାଦୀପ ଗଡରେ ବ୍ୟାପୁଛି ଝାଡ଼ାବାନ୍ତି। ଆଜକୁ ୧୫ ଦିନ ତଳେ ଏହି ଗାଁର ଦ୍ଵିଜବର ରାଉତ(୫୮)ଙ୍କ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକ ତାଙ୍କୁ ଅଠବାଙ୍କି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସାଲାଇନ୍‌ ଓ ଇଞ୍ଜେକସନ୍‌ ନେବା ପରେ ଘରକୁ ଫେରିଥିଲେ। ହେଲେ ଘରେ ପହଞ୍ଚିବା ପରେ ସେ ଗୁରୁତର ହୋଇଥିଲେ। ପରିବାର ଲୋକ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଦ୍ଵିଜବରଙ୍କ ମୃତ୍ୟୁ ପରେ ତାଙ୍କ ପୁତୁରା ବିପିନ ରାଉତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଅଠରବାଙ୍କି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। କଟକରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ଘଟିଛି। ବିପିନଙ୍କ ଝିଅ ଶିଳ୍ପା ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅଠରବାଙ୍କି ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ।

Advertisment

ଶିଳ୍ପା ଶନିବାର ମେଡ଼ିକାଲ୍‌ରୁ ଘରକୁ ଫେରିଛନ୍ତି। କିନ୍ତୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ପାରାଦୀପ ଗଡ ଗାଁରେ ଅନେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ କେତେକ ମେଡ଼ିକାଲ୍‌ରେ ଚିକିତ୍ସା ହୋଇ ଘରକୁ ଫେରିଥିବା ବେଳେ ଆଉ କିଛି ଏବେ ମଧ୍ୟ ଚିକିତ୍ସା ହେଉଛନ୍ତି। ଆଉ କିଛି ମେଡ଼ିକାଲ୍‌ ଯାଇନପାରି ଘରୋଇ ଉପଚାରରେ ଚିକିତ୍ସିତ ହେଉଛନ୍ତି। ତେବେ ଗାଁରେ ମେଡ଼ିକାଲ୍‌ ଟିମ୍‌ ପହଞ୍ଚି ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ଝାଡ଼ାବାନ୍ତି ବ୍ୟାପୁଥିବାରୁ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, କ’ଣ ପାଇଁ ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି? ସେପଟେ ଦେଖିବାକୁ ଗାଁରେ ଅସ୍ୱାସ୍ଥ୍ୟକର ପରିବେଶ। ରାସ୍ତାରେ ମାସ ମାସ ଧରି ଲହଡି ମାରୁଛି ନର୍ଦ୍ଦମା ଓ ବର୍ଷା ପାଣି। ଯେଉଁଥିପାଇଁ ଗ୍ରାମୀଣ ପରିବେଶ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି। ଏହି କାରଣରୁ ଝାଡ଼ାବାନ୍ତି ବ୍ୟାପୁଥିବା ସନ୍ଦେହ ହେଉଛି।

ରିପୋର୍ଟ- ପାରାଦୀପରୁ ରମାକାନ୍ତ ନାୟକ

Paradeep
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe