Advertisment

ଘଉଡ଼ାଇଲା ବେଳେ ପାଲଟା ଆକ୍ରମଣ କଲା ହାତୀ: ୨ ବନ କର୍ମଚାରୀଙ୍କୁ କଚାଡ଼ି ଦେଲା

ଗଜ ସାଥୀ ସନ୍ତୋଷ ମୁଣ୍ଡାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି। ସେଠାରେ ତାଙ୍କର ଅଧିକ ଚିକିତ୍ସା ଆରମ୍ଭ କରାଯାଇଛି।

elephant

elephant

Advertisment

ଜନବସତିରେ ଉତ୍ପାତ କରୁଥିବା ହାତୀକୁ ଘଉଡ଼ାଇବା ବେଳେ ଘଟିଛି ଅଘଟଣ। ହାତୀଟି ଜଙ୍ଗଲକୁ ଯିବା ପରିବର୍ତ୍ତେ ପାଲଟା ଆକ୍ରମଣ କରିଛି। ତା’କୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ଦୁଇ ଜଣ ବନ କର୍ମଚାରୀଙ୍କୁ ହାତୀଟି ଟେକି କଚାଡ଼ି ଦେଇଛି। ଏଥିରେ ୨ ଜଣ ଯାକ ବନ କର୍ମଚାରୀ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ସୁନ୍ଦରଗଡ ଜିଲ୍ଲା ବଣାଇ ବନଖଣ୍ଡର କୁଳିପୋଷ ରେଞ୍ଜର ହଳଦୀକାଞ୍ଚି ଗାଁରେ।

Advertisment

କୁଳିପୋଷ ରେଞ୍ଜର ବିଭିନ୍ନ ଗ୍ରାମରେ ତିନି ଟିକିଆ ହାତୀ ପଲ ବେଶ କିଛି ଦିନ ଉପଦ୍ରବ ଜାରି ରଖିଥିଲେ। ଏହାକୁ ନେଇ ଗାଁ ଲୋକ ଭୟରେ ଥିବା ବେଳେ ସହାୟତା ପାଇଁ ବନ ବିଭାଗକୁ କହିଥିଲେ। ଏହି ଖବର ମିଳିବା ପରେ ବନ ବିଭାଗର କର୍ମଚାରୀ ଓ ଗଜ ସାଥୀ ମିଳିତ ଭାବେ ହଳଦୀକାଞ୍ଚି ଗାଁରେ ହାତୀକୁ ଘଉଡ଼ାଇବା ପାଇଁ ପହଞ୍ଚି ଯାଇଥିଲେ। ସେମାନେ ହାତୀ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ହାତୀର ପାଲଟା ଆକ୍ରମଣ ଦେଖିବାକୁ ମିଳିଥିଲା।

ଗୋଟିଏ ହାତୀ ସିଧା ଗଜ ସାଥୀ ସନ୍ତୋଷ ମୁଣ୍ଡା ଓ ବନରଖି ସନ୍ତୋଷ ମୁଣ୍ଡାଙ୍କୁ ଟେକି କଚାଡ଼ି ଦେଇଥିଲା। ତେବେ ସେମାନଙ୍କ ଉପରେ ଚଢ଼ି ନଥିଲା। ଉଭୟଙ୍କୁ ଗାଁ ଲୋକ ଓ ବନ ବିଭାଗର ଅନ୍ୟ କର୍ମଚାରୀମାନେ ଗୁରୁତର ଅବସ୍ଥାରେ ହାତୀ କବଳରୁ ଉଦ୍ଧାର କରିଥିଲେ।

Advertisment

ସେମାନଙ୍କୁ ତୁରନ୍ତ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା। ସେଠାରେ ଉଭୟଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା। କିନ୍ତୁ ଗଜ ସାଥୀ ସନ୍ତୋଷ ମୁଣ୍ଡାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି। ସେଠାରେ ତାଙ୍କର ଅଧିକ ଚିକିତ୍ସା ଆରମ୍ଭ କରାଯାଇଛି।

Elephant Attack Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe