Advertisment

ବଢ଼ୁଛି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଜଳସ୍ତର; ଆଜି ଖୋଲିବ ୨ଟି ଗେଟ୍

ଆଜି ସକାଳ ୧୧ଟା ବେଳେ ୨ଟି ଗେଟ ଖୋଲାଯିବ। ସେଥିପାଇଁ ତଳିଆ ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି।

ଅଦ୍ୟତନ ହୋଇଛି
Lower Indra Irrigation

Lower Indra Irrigation

Advertisment

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନୂଆପଡ଼ା ଜିଲ୍ଲା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଜଳ ସ୍ତର ବୃଦ୍ଧି ପାଇଛି। ଆଜି ୨ଟି ଗେଟ୍ ଖୋଲାଯିବ। ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଜଳଧାରଣ କ୍ଷମତା ୨୬୫ ମିଟର ଥିବାବେଳେ ଗତକାଲିଠୁ ୨୬୩.୩୭ ମିଟର ଜଳ ପ୍ରବାହିତ ହେଉଛି।

Advertisment

ଆଜି ସକାଳ ୧୧ଟା ବେଳେ ୨ଟି ଗେଟ ଖୋଲାଯିବ। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି। ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାର ଅନେକ ତଳିଆ ଅଞ୍ଚଳରେ ପ୍ରଚାର କରାଯାଇଛି। 

ସୂଚନାଯୋଗ୍ୟ, ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଆହୁରି ରାଜ୍ୟରେ ୩ ଦିନ ଧରି ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment
Weather Report Weather Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe