Advertisment

ବଢୁଛି ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା; ଦିନକରେ ସୁନ୍ଦରଗଡ଼ ଜିଲ୍ଲାରେ ଗଲାଣି ୧୬ ଜୀବନ!

ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାହା ଚିନ୍ତାର କାରଣ ପାଲଟିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
 Critical patient

Critical patient

ରାଜ୍ୟରେ ବଢ଼ିବାରେ ଲାଗିଛି ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା। ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ଗୋଟିଏ ଦିନରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ରାଉରକେଲା RGHରେ ଚିକିତ୍ସାଧୀନ ଅବସ୍ଥାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାରେ ୪ ଜଣଙ୍କର ଜୀବନ ଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୧୬ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ସୂଚନା ରହିଛି। 

Advertisment

ବର୍ତ୍ତମାନ ସୁଦ୍ଧା ରାଉରକେଲା RGHରେ ୨୩ ଜଣଙ୍କର ଚିକିତ୍ସା ଚାଲିଥିବା ବେଳେଗୁରୁତର ଅନ୍ୟ ୧୦ଜଣଙ୍କୁ ଏକ ଘରୋଇ ହସପିଟାକୁ ସ୍ଥାନାନ୍ତର କରାଯାଇଥିବା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି କହିଛନ୍ତି।

ସେ କହିଛନ୍ତି, ରାଉରକେଲା RGHରେ ଗତକାଲି ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି। ରାଉରକେଲା ମେଡିକାଲର ସମସ୍ତ ମୃତକଙ୍କ ଶବ ବ୍ୟବଚ୍ଛେଦ ହେବ। ରିପୋର୍ଟ ଆସିଲେ ମୃତ୍ୟୁ କାରଣ ଜଣାପଡ଼ିବ। ଯଦି ରୋଗୀ ସଂଖ୍ୟା ବଢ଼େ, ତାହାର ବ୍ୟବସ୍ଥା କରାଯିବ। 

Advertisment

କୌଣସି କାମ ନଥିଲେ ବାହାରକୁ କେହି ଯାଆନ୍ତୁ ନାହିଁ, ଘରେ ରହୁନ୍ତୁ । ବିଶେଷ କରି ଶ୍ରମିକମାନେ ବାହାରକୁ କାମ କରିବାକୁ ଯାଅନ୍ତୁ ନାହିଁ ବୋଲି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

 ସେହିପରି ପଶ୍ଚିମ ଓଡ଼ିଶାରେ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଏବେ ଯାଏଁ ପଶ୍ଚିମ ଓଡ଼ିଶାରୁ ୧୬ଟି ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଏବେ ଯାଏ ସରକାରୀ ଭାବେ ରାଉରକେଲାରେ ୧୦, ସୁନ୍ଦରଗଡ଼ରେ ୪ ଓ ଝାରସୁଗୁଡ଼ାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ କରାଯାଉଛି। ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ଅସ୍ୱାଭାବିକ ମୃତ୍ୟୁକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୁଗ୍ମ ତଦନ୍ତ କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି। 

 ଅନ୍ୟପକ୍ଷରେ ଅସ୍ୱାଭାବିକ ମୃତ୍ୟୁ ଅଂଶୁଘାତ ଯୋଗୁ ହୋଇଛି ନା  ଅନ୍ୟ କାରଣ ଅଛି ତାହା ଜଣାପଡ଼ିନାହିଁ। ରାଜ୍ୟରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାହା ଚିନ୍ତାର କାରଣ ପାଲଟିଛି। 

Rourkela Deadbody