Advertisment

ବୌଦ୍ଧରେ କମ୍ବିଂ ଅପରେସନ, ଟଳିଲେ ଦୁଇ ନକ୍ସଲ

ବୌଦ୍ଧରେ ମୁହାଁମୁହିଁ ହେଲେ ସୁରକ୍ଷା କର୍ମୀ ଓ ନକ୍ସଲ। ସୁରକ୍ଷା କର୍ମୀଙ୍କ କମ୍ବିଂ ଅପରେସନ ବେଳେ ଟଳି ପଡ଼ିଲେ ଦୁଇ ନକ୍ସଲ। ।

Combing Operation

Combing Operation

Advertisment

ବୌଦ୍ଧରେ ମୁହାଁମୁହିଁ ହେଲେ ସୁରକ୍ଷା କର୍ମୀ ଓ ନକ୍ସଲ। ସୁରକ୍ଷା କର୍ମୀଙ୍କ କମ୍ବିଂ ଅପରେସନ ବେଳେ ଟଳି ପଡ଼ିଲେ ଦୁଇ ନକ୍ସଲ। । କଣ୍ଟାମାଳ ଥାନା ପଢ଼େଲ ଡ୍ୟାମ୍ ନିକଟ ଜଙ୍ଗଲରେ ଆଜି ସକାଳେ ହୋଇଛି ଏହି ଅପରେସନ ।

Advertisment

କିଛି ଦିନ ପୂର୍ବେ ଛତିଶଗଡ଼ରେ ହୋଇଥିବା ବଡ଼ ଧରଣର କମ୍ବି ଅପରେସନରେ ୨୯ ନକ୍ସଲ ସଫା ହୋଇ ଯାଇଥିଲେ। ଏହାପରେ ସେଠାରୁ ଛତ୍ରଭଙ୍ଗ ଦେଇଥିବା ବହୁ ନକ୍ସଲ ଓଡ଼ିଶାମୁହାଁ ହୋଇଥିବା ସୂଚନା ମିଳିଥିଲା। ତେଣୁ ଓଡ଼ିଶା ସୀମାରେ ଚେକିଂ,ବ୍ଲକିଂ, କମ୍ବିକୁ ଜୋରଦାର କରାଯାଇଛି।

କିଛି ନକ୍ସଲ ପଢ଼େଲ ଡ୍ୟାମ୍ ନିକଟ ଜଙ୍ଗଲରେ ଥିବା ସୂଚନା ମିଳିବା ପରେ ଏସଓଜି ଯବାନଙ୍କ ଦ୍ୱାରା କମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା। ଅତର୍କିତ ଭାବେ ଯବାନଙ୍କୁ ଦେଖି ନକ୍ସଲମାନେ ଅତର୍କିତ ଗୁଳିମାଡ଼ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଆଖିବୁଜା ଗୁଳିମାଡ଼ ହୋଇଥିଲା।

Advertisment

ଏଥିରେ ଦୁଇ ନକ୍ସଲ ନିହତ ହୋଇଥିବା ଖବର ମିଳିଛି। ଏଥିସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳା ବାରୁଦ ସହ ନକ୍ସଲ ସାମଗ୍ରୀ ଜବତ ହୋଇଛି। ଏହି ଘଟଣା ପରେ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି କରାଯାଇଛି।

ଆଗକୁ ନିର୍ବାଚନ ଥିବାରୁ ଏହାକୁ ଶାନ୍ତିଶୃଙ୍ଖଳାର ସହ କରିବାକୁ କମ୍ବିଂକୁ ଆହୁରି ଜୋରଦାର କରାଯିବ ବୋଲି ସୂଚନା ମିଳିଛି।

Naxal Activities Naxal Dead Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe