ଚିରନିଦ୍ରାରେ ପୂରା ପରିବାର

ଗତକାଲି ବିଷର ଜ୍ୱାଳା ସହି ନ ପାରି ପୁଅଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଖି ବୁଜିଛି ମା’ । ବରଗଡ଼ ଜିଲ୍ଲା ସୋହେଲାରେ ଘଟିଥିବା ଏପରି ଏକ ଦୁଃଖଦ ଘଟଣା ଯୋଗୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Manoj Swain
  • Published: Monday, 11 September 2023
  • Updated: 11 September 2023, 04:47 PM IST

Sports

Latest News

ମାତ୍ର ୫ ଦିନରେ ସବୁକିଛି ଓଲଟପାଲଟ ହୋଇଗଲା। ଦେଖୁଦେଖୁ ନିଶ୍ଚିହ୍ନ ହୋଇଗଲା ଗୋଟିଏ ପରିବାର । ନିରବୀ ଗଲେ ପରିବାରର ସମସ୍ତ ସଦସ୍ୟ । ଜଣକ ପରେ ଜଣେ କରି ଏକ ପରିବାରର ୪ ସଦସ୍ୟ ଆଗପଛ ହୋଇ ଆରପାରିକୁ ଚାଲିଗଲେ। ରୋଗଗ୍ରସ୍ତ ଘରର ମୁଖିଆଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିବା ପରିବାରର ୩ ସଦସ୍ୟ ବିଷ ପିଇ ଦେଇଥିଲେ । ଗତକାଲି ବିଷର ଜ୍ୱାଳା ସହି ନ ପାରି ପୁଅଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଖି ବୁଜିଛି ମା’ । ବରଗଡ଼ ଜିଲ୍ଲା ସୋହେଲାରେ ଘଟିଥିବା ଏପରି ଏକ ଦୁଃଖଦ ଘଟଣା ଯୋଗୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos