୨୩ ଓଏଏସ୍ ଅଫିସରଙ୍କୁ ନୂଆ ଦାୟିତ୍ୱ: ୨ ଅଫିସରଙ୍କୁ ଶ୍ରୀମନ୍ଦିର ପ୍ରଶାସନକୁ ବଦଳି

ସେହିପରି ଓଏଏସ୍ ଗୋପିନାଥ ମିଶ୍ର ଓ ପ୍ରଶାନ୍ତ କୁମାର ଜେନାଙ୍କୁ ଆଇନ ବିଭାଗରେ ଓଏସଡି ଭାବେ ବଦଳି ହୋଇଛି ଓ ଉଭୟ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନରେ ଯୋଗ ଦେବେ ।

Representational Image

  • Published: Wednesday, 06 December 2023
  • , Updated: 06 December 2023, 10:24 PM IST

ରାଜ୍ୟ ସରକାର ୨୩ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରିଛନ୍ତି । ସେମାନଙ୍କୁ ତୁରନ୍ତ ନିଜର ନୂଆ ସ୍ଥାନରେ ଯୋଗ ଦେବା ପାଇଁ ବିଭାଗ ପକ୍ଷରୁ ସମୂହ ରିଲିଭ୍ କରାଯାଇଛି । ୨ଜଣ ଓଏଏସ୍ ଅଫିସରଙ୍କୁ ଓଏସଡି ଭାବେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବଦଳି କରାଯାଇଛି ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଆଠମଲ୍ଲିକ ଡେପୁଟି କଲେକ୍ଟର ତଥା ଓଏଏସ୍ ଅଫିସର ଲକ୍ଷ୍ମୀଧର ରାଉତଙ୍କୁ ପାଲଲହଡ଼ା ତହସିଲଦାର, କ୍ଷୀରୋଦ ବିହାରୀ ଭାରତ ନାଗ-ବ୍ରହ୍ମପୁର ତହସିଲଦାର, ଲମ୍ବୋଦର ମାରାଣ୍ଡି-ଧରାକୋଟ ତହସିଲଦାର, ବିମଳ କିଶୋର ପାତ୍ର-ଜଗନ୍ନାଥପ୍ରସାଦ ତହସିଲଦାର, ମାଘବାନ ବାଗ-ଉମରକୋଟ ତହସିଲଦାର, ଜନ୍ମେଜୟ ବେହେରା- ରାଇଘର ତହସିଲଦାର, ବାବୁଲ ପେରେଇ- ଲହୁଣୀପଡ଼ା ତହସିଲଦାର,ସୁବ୍ରତ କୁମାର ବେହେରା- କୋଡ଼ିଙ୍ଗା ତହସିଲଦାର, ଝରଣା ପ୍ରଧାନ- ବାରଗାଁ ତହସିଲଦାର, ଆନନ୍ଦ କୁମାର ପଣ୍ଡା-ଆମ୍ବାଭୋନା ତହସିଲଦାର, ଡାନିଏଲ ଏକ୍କା- ଜୟପୁର ନୂଆ ରେଳଲିଙ୍କ୍ ପ୍ରକଳ୍ପର ସ୍ୱତନ୍ତ୍ର ଭୂଅଧିଗ୍ରହଣ ଅଧିକାରୀ, ଗୀତିକା ନାଏକ- ସମ୍ବଲପୁର ଡେପୁଟି କଲେକ୍ଟର, ମାନସୀ ନାୟକ-ସମ୍ବଲପୁର ଡେପୁଟି କଲେକ୍ଟର, ମଧୁସ୍ମିତା ବେହେରା- ରାୟଗଡ଼ା ଡେପୁଟି କଲେକ୍ଟର, ଇପସିତା ମିଶ୍ର- ବରଗଡ଼ ଡେପୁଟି କଲେକ୍ଟର, ଭାନୁମତୀ ମାଝୀ- କୋର୍ଟ ଅଫିସର, କଟକସ୍ଥିତ ବୋର୍ଡ ଅଫ ରେଭନ୍ୟୁ, ଚାନ୍ଦିନୀ- ଝାରସୁଗୁଡ଼ା ଡେପୁଟି କଲେକ୍ଟର, ସହଦେବ କୁଟ୍ରୁକା- ତହସିଲଦାର ଆଗଲପୁର, ପ୍ରକାଶ କୁମାର ରାଉଳ, କଟକ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଛି ।

ସେହିପରି ଓଏଏସ୍ ଗୋପିନାଥ ମିଶ୍ର ଓ ପ୍ରଶାନ୍ତ କୁମାର ଜେନାଙ୍କୁ ଆଇନ ବିଭାଗରେ ଓଏସଡି ଭାବେ ବଦଳି ହୋଇଛି ଓ ଉଭୟ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନରେ ଯୋଗ ଦେବେ ।

ଅନ୍ୟ ଦୁଇଜଣ ଓଏଏସ୍ ରାଜୀବ ଲୋଚନ ପରିଡ଼ା ଓ ଜ୍ୟୋସ୍ନାରାଣୀ ପାତ୍ରଙ୍କୁ ପଂଚାୟତିରାଜ ବିଭାଗର ଓଏସଡି ଭାବେ ବଦଳି ହୋଇଛି । ଉଭୟ ଅଫିସର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ଦାୟିତ୍ୱରେ ରହିବେ ବୋଲି ଜଣାପଡ଼ିଛି ।

Related story