ମାଛ ମାରିବା ବେଳେ ୨ ଟ୍ରଲର ଜବତ, ୨୦ ଅଟକ

୨ଟି ଟ୍ରଲରରୁ ୨୦ଜଣଙ୍କୁ ଅଟକ ରଖିଯାଇଛି। ସେମାନଙ୍କ ବିରୋଧରେ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଜବତ ଟ୍ରଲର ଓ ଅଟକ ହୋଇଥିବା ବ୍ୟକ୍ତି ମାନେ

  • Published: Wednesday, 27 March 2024
  • , Updated: 27 March 2024, 09:38 PM IST

ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ସମୁଦ୍ରର ନିଷିଦ୍ଧାଞ୍ଚଳରେ କିଛି ମତ୍ସ୍ୟଜୀବୀ ବେଆଇନ ଭାବେ ମାଛ ମାରୁଥିବା ବେଳେ ଚଢ଼ାଉ କରାଯାଇ ୨ଟି ଟ୍ରଲର ଜବତ କରାଯାଇଛି। ତା’ସହିତ ୨୦ଜଣଙ୍କୁ ଅଟକ ରଖାଯାଇଛି। 

ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ମିଳିତ ଭାବରେ ଚଢ଼ାଉ କରି ନୂଆଗଡ଼ ଜେଟି ନିକଟକୁ ୨ଟି ଟ୍ରଲରକୁ ଅଣାଯାଇଛି। ଏହି ୨ଟି ଟ୍ରଲରରୁ ୨୦ଜଣଙ୍କୁ ଅଟକ ରଖିଯାଇଛି। ସେମାନଙ୍କ ବିରୋଧରେ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଜବତ ଟ୍ରଲର ଦୁଇଟିର ନାମ ହେଉଛି ବାଲେଶ୍ୱରର ଚିନ୍ମୟୀ ଓ ପାରାଦ୍ୱୀପର ମା’ ବୃନ୍ଦାବତି। ସମୁଦ୍ର ଉପକୂଳରେ ଅଲିଭ ରିଡେଲ କଇଁଛଙ୍କ ସୁରକ୍ଷିତ ଆଗମନ, ଅଣ୍ଡା ଦାନ ଓ ପ୍ରଜନନ ପାଇଁ ସମୁଦ୍ର ଉପକୂଳରୁ ଦେବୀ ନଦୀମୁହାଣର ୧୦ କିଲୋମିଟର ମଧ୍ୟରେ ଯନ୍ତ୍ର ଚାଳିତ ଡଙ୍ଗାରେ ମାଛ ଧରିବା ଉପରେ କଟକଣା ଜାରି ହୋଇଛି।

Related story