Advertisment

ପାଣି ଉଠାଇବା ବେଳେ ବୁଡ଼ି ଗଲେ ୨ କାଉଡ଼ିଆ

ପାଣି ଉଠାଇବା ବେଳେ ମହାନଦୀର ଗଡ଼ଗଡ଼ିଆ ଘାଟରେ ବୁଡ଼ି ଯାଇଛନ୍ତି ଦୁଇ ଜଣ ଯୁବକ।

Cuttuck

Cuttuck

Advertisment

ଆସନ୍ତାକାଲି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଏଥିପାଇଁ ବୋଲ ବମ ଯାତ୍ରାର ବ୍ରତଧାରୀ ବା କାଉଡ଼ିଆମାନେ ବିଭିନ୍ନ ସ୍ଥାନରୁ ପାଣି ଆଣି ଶୈବପୀଠ ଅଭିମୁଖେ ଯାଉଛନ୍ତି। ହେଲେ ଏସବୁ ଭିତରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି।

Advertisment

ପାଣି ଉଠାଇବା ବେଳେ ମହାନଦୀର ଗଡ଼ଗଡ଼ିଆ ଘାଟରେ ବୁଡ଼ି ଯାଇଛନ୍ତି ଦୁଇ ଜଣ ଯୁବକ। ସର୍ବସମ୍ମୁଖରେ ଦୁଇ ଜଣ କାଉଡ଼ିଆ ବୁଡ଼ି ଯାଉଥିବା ବେଳେ ସାଥୀ ବୋଲ ବମ ବ୍ରତଧାରୀ ଓ ଅଗ୍ନିଶମ କର୍ମଚାରୀ ଜଣଙ୍କୁ ଉଦ୍ଧାର କରିଛନ୍ତି।

ତେବେ ଆଉ ଜଣେ ଯୁବକ ଗଡ଼ଗଡ଼ିଆ ଘାଟର ଗଣ୍ଡରେ ପଡ଼ି ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଚାଲିଥିଲେ ହେଁ ଏଯାଏ କୌଣସି ସଫଳତା ମିଳି ନାହିଁ। ନିଖୋଜ ଯୁବକ ଜଣକ ଭୁବନେଶ୍ୱରର ବୋଲି ଜଣାପଡ଼ିଛି।

Advertisment

ଟିକିନା ନାୟକ ନାମକ ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, “ଆମେ ଘାଟରେ ବସିଥିବା ବେଳେ ଆମ ଲୋକମାନେ ସମସ୍ତେ ପାଣି ଉଠାଇବାକୁ ଭିତରକୁ ଯାଇଥିଲେ। ତେବେ ନଦୀର ଗଣ୍ଡରେ ପାଣି ଉଠାଉଥିବା ବେଳେ ଦୁଇ ଜଣ ହଠାତ୍‌ ବୁଡ଼ି ଯାଇଥିଲେ।

ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ। ଆମେ ତାଙ୍କ ସହ ମିଶି ଜଣଙ୍କୁ ବଞ୍ଚାଇ ପାରିଥିଲୁ। ଆଉ ଜଣଙ୍କୁ ବଞ୍ଚାଇ ହେଲାନି। ବେଶୀ ଖାଲ ଥିବାରୁ କେହି ସାହାସ କରି ଆଗକୁ ଯାଇ ନଥିଲେ।”

Odisha Cuttack Kanwar Yatra Kanwariyas Kanwariya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe