ଭୁଶୁଡ଼ିଲା କେନାଲ, ଘରେ ପଶିଲା ପାଣି। କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟର ଘାଇ ସୃଷ୍ଟି ହେବା ଯୋଗୁ ଆଖପାଖ ଅଞ୍ଚଳ ଜଳମଗ୍ନ ହେବା ସହ ଲୋକମାନଙ୍କ ଘରେ ପାଣି ପଶିଯାଇଛି।
ଆଜି ଭୋରରେ ହଠାତ୍ କେନାଲରେ ଘାଇ ସୃଷ୍ଟି ହୋଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ କିଛି ସମୟ ମଧ୍ୟରେ ପୂରା ଅଞ୍ଚଳରେ ପାଣି ମାଡ଼ି ଯାଇଥିଲା। ସ୍ଥାନୀୟ ଲୋକେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉଦ୍ଧାର କରି ଉଚ୍ଚ ସ୍ଥାନକୁ ନେଇଥିଲେ। ପାଣିରେ ଲୋକମାନଙ୍କ ଜିନିଷପତ୍ର ଭାସିଯାଇଛି।
Also Read
କେନାଲ ଭୁଶୁଡ଼ିବା ଯୋଗୁ ଏବେ ଦେପୁର ଓ ଆଖପାଖ ଅଞ୍ଚଳରେ ୫ ଫୁଟର ପାଣି ପ୍ରଭାବିତ ହେଉଛି। କ୍ଷେତରେ ପାଣି ପଶିବାଯିବାଯୋଗୁ ଚାଷ ନଷ୍ଟ ହୋଇଯିବାର ସମ୍ଭାବନା ରହିଛି। ବିଡିଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ସ୍ଥିତ ସମୀକ୍ଷା କରିଛନ୍ତି। ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଘାଇ ମରାମତି କାମ ଆରମ୍ଭ କରିଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
୧୪ଟି ଶିଳ୍ପସଂସ୍ଥାର ୪୦୯୭ କୋଟି ବିଦ୍ୟୁତ ବିଲ୍ ଛାଡ କରିଛି ବିଜେଡି ସରକାର, କେବଳ ବେଦାନ୍ତର ୩୬୦୦କୋଟି
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ୨୦୧୫-୧୬ ଆର୍ଥିକ ବର୍ଷରୁ ରାଜ୍ୟ ଶିଳ୍ପ ନୀତି ଓ ଏସଇଜେଡ୍ ନୀତି ଆଧାରରେ ରାଜ୍ୟ ସରକାର ୧୪ଟି ଶିଳ୍ପ ସଂସ୍ଥାର ୪୦୯୭.୬୭କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ ଛାଡ଼ କରିଛନ୍ତି ।
Miscellaneous
ଓଡ଼ିଶାରେ ସଙ୍ଗୀନ ହେଲାଣି ଆଇପିଏସ୍ ସଙ୍କଟ: ସପ୍ତାହେ ତଳେ ୩ ଗଲେ, ପୁଣି ଯିବେ ଆଉ ୩ ଜଣ
ଗୃହ ବିଭାଗ ସୂତ୍ର ଅନୁସାରେ, ଓଡ଼ିଶାରେ ପଦୋନ୍ନତିଭିତ୍ତିକ ଆଇପିଏସ ପଦବୀ ପୂରଣ ହୋଇପାରୁନଥିବାରୁ ଏବେ ଏଭଳି ସଙ୍କଟ ଉପୁଜିଛି । ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଆଇପିଏସ୍ ପଦବୀ ସଂଖ୍ୟା ହେଉଛି ୧୯୫ । ସେଥିରୁ ଏବେ ୬୮ଟି ପଦବୀ ଖାଲିପଡ଼ିଛି ।
Miscellaneous
ହୁସିଆର୍! ହଲ୍ମାର୍କ ନାଁରେ ବିକ୍ରି ହେଉଛି ନକଲି ସୁନା
ହଲମାର୍କ ନାଁରେ ନକଲି ସୁନା ବିକ୍ରି ଅଭିଯୋଗରେ କୁଚିଣ୍ଡାର ଅମ୍ବିକା ଜୁଏଲର୍ସ ନାଁରେ ମାମଲା ହୋଇଛି। ସେହିପରି ଜଗତସିଂହପୁର କୁଜଙ୍ଗର ରାଜଶ୍ରୀ ଜୁଏଲର୍ସ, ପୁରୀର ସୁନା ଚାନ୍ଦି ଜୁଏଲର୍ସ, ବରଗଡ଼ ବରପାଲିର ରାଧାକାନ୍ତ ଓ ସମ୍ବଲପୁର ଅଳଙ୍କାର ଜୁଏଲର୍ସର ବାତିଲ ହୋଇଛି ଲାଇସେନ୍ସ।
Miscellaneous
ଅକ୍ଷୟ ତୃତୀୟାରେ ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ; ଘୋଷଣା କଲେ ମମତା
ଦୁଇ ଦିନିଆ ଦୀଘା ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ଏଥିସହ ବେଢ଼ା ବୁଲି ଦେଖିଥିଲେ। ପରେ ମନ୍ଦିର ନିର୍ମାଣ ନେଇ ସମୀକ୍ଷା କରିଥିଲେ।
Miscellaneous
ଓଡ଼ିଶାରେ ଫେଲ୍ ମାରିଛି ହାତୀ ସୁରକ୍ଷା, ୫ବର୍ଷରେ ମରିଛନ୍ତି ୪୦୩ ହାତୀ
ଗତ ୧୦ ବର୍ଷରେ ମୋଟ ୮୫୭ଟି ହାତୀଙ୍କ ବିଭିନ୍ନ କାରଣରୁ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ଯାହାକି ରାଜ୍ୟରେ ହାତୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।