Advertisment

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ଘାଇ; ଘରେ ପଶିଲା ପାଣି

ଆଜି ଭୋରରେ ହଠାତ୍ କେନାଲରେ ଘାଇ ସୃଷ୍ଟି ହୋଇଥିଲା।

ଅଦ୍ୟତନ ହୋଇଛି
Indravati river

Indravati river

Advertisment

ଭୁଶୁଡ଼ିଲା କେନାଲ, ଘରେ ପଶିଲା ପାଣି। କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟର ଘାଇ ସୃଷ୍ଟି ହେବା ଯୋଗୁ ଆଖପାଖ ଅଞ୍ଚଳ ଜଳମଗ୍ନ ହେବା ସହ ଲୋକମାନଙ୍କ ଘରେ ପାଣି ପଶିଯାଇଛି।

Advertisment

ଆଜି ଭୋରରେ ହଠାତ୍ କେନାଲରେ ଘାଇ ସୃଷ୍ଟି ହୋଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ କିଛି ସମୟ ମଧ୍ୟରେ ପୂରା ଅଞ୍ଚଳରେ ପାଣି ମାଡ଼ି ଯାଇଥିଲା। ସ୍ଥାନୀୟ ଲୋକେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉଦ୍ଧାର କରି ଉଚ୍ଚ ସ୍ଥାନକୁ ନେଇଥିଲେ। ପାଣିରେ ଲୋକମାନଙ୍କ ଜିନିଷପତ୍ର ଭାସିଯାଇଛି।  

କେନାଲ ଭୁଶୁଡ଼ିବା ଯୋଗୁ ଏବେ ଦେପୁର ଓ ଆଖପାଖ ଅଞ୍ଚଳରେ ୫ ଫୁଟର ପାଣି ପ୍ରଭାବିତ ହେଉଛି। କ୍ଷେତରେ ପାଣି ପଶିବାଯିବାଯୋଗୁ ଚାଷ ନଷ୍ଟ ହୋଇଯିବାର ସମ୍ଭାବନା ରହିଛି।  ବିଡିଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ସ୍ଥିତ ସମୀକ୍ଷା କରିଛନ୍ତି।  ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଘାଇ ମରାମତି କାମ ଆରମ୍ଭ କରିଥିବା ଜଣାପଡ଼ିଛି।

Advertisment
Kalahandi Indravati River
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe