ମୋହନ ସରକାରଙ୍କ ବଡ଼ଧରଣର ଆଇଏଏସ୍ ବଦଳି: ୨୦ ଜିଲ୍ଲାରେ ନୂଆ ଜିଲ୍ଲାପାଳ

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଳମ୍ବିତ ରାତ୍ରିରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ମୋହନ ସରକାର କ୍ଷମତାକୁ ଆସିବା ପରେ ଜିଲ୍ଲାପାଳସ୍ତରରେ ଏହା ପ୍ରଥମ ବଦଳି ।

ଲୋକସେବା ଭବନ ।

  • Published: Thursday, 08 August 2024
  • , Updated: 08 August 2024, 08:31 AM IST

ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ଗତକାଲି ପ୍ରଥମଥର ପାଇଁ ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୨୦ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦେବା ସହ ଦୀର୍ଘଦିନ ଧରି କୋଣଠେସା ହୋଇ ବୋର୍ଡ ଅଫ ରେଭନ୍ୟୁର ସଚିବ ପଦରେ ଅବସ୍ଥାପିତ ଓଡ଼ିଆ ଆଇଏଏସ୍ ବିଜୟ କୁମାର ଉପାଧ୍ୟାୟଙ୍କୁ ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି । ସେହିପରି ନବୀନ ପଟ୍ଟନାୟକ ସରକାରରେ ପାୱାରଫୁଲ ଜିଲ୍ଲାପାଳ ଆଶୀଷ ଠାକରେଙ୍କୁ ବୋର୍ଡ ଅଫ ରେଭନ୍ୟୁର ସଚିବ ଭାବେ ବଦଳି କରାଯାଇଛି ।

୨୨ଜଣ ଆଇଏଏସ ଅଫିସର ଓ ୩ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ସେମାନଙ୍କ ମଧ୍ୟରୁ ୧୭ଜଣ ଆଇଏଏସଙ୍କୁ ବିଭିନ୍ନ ଜିଲ୍ଲାପାଳ ଓ ଅନ୍ୟ ୩ଜଣ ବରିଷ୍ଠ ଓଏଏସ୍ ଅଫିସର କବିନ୍ଦ୍ର କୁମାର ସାହୁଙ୍କୁ ଦେବଗଡ଼, ମଧୁସୂଦନ ଦାଶଙ୍କୁ ନୂଆପଡ଼ା ଓ ସୁବ୍ରତ କୁମାର ପଣ୍ଡାଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଳମ୍ବିତ ରାତ୍ରିରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ମୋହନ ସରକାର କ୍ଷମତାକୁ ଆସିବା ପରେ ଜିଲ୍ଲାପାଳସ୍ତରରେ ଏହା ପ୍ରଥମ ବଦଳି ।

 ନିର୍ଦ୍ଦେଶକ,ଭାଷା,ସାହିତ୍ୟ ଓ ସଂସ୍କୃତି-ଦିଲ୍ଲୀପ ରାଉତରାଏ      ନୂତନ ଦାୟିତ୍ୱ- ଜିଲ୍ଲାପାଳ, ଭଦ୍ରକ

କଟକ ମ୍ୟୁନିସପାଲଟି କମିଶନର- ବିଜୟ କୁମାର ଦାଶ          ନୂତନ ଦାୟିତ୍ୱ- ଜିଲ୍ଲାପାଳ, ଗଜପତି

 ଗଜପତି ଜିଲ୍ଲାପାଳ- ସ୍ମୃତିରଞ୍ଜନ ପ୍ରଧାନ                          ନୂତନ ଦାୟିତ୍ୱ- ଜିଲ୍ଲାପାଳ, କେନ୍ଦ୍ରାପଡ଼ା

ଓସେପା ପ୍ରକଳ୍ପ ନିର୍ଦ୍ଦେଶକ-ପାରୁଲ ପଟୱାରୀ                     ନୂତନ ଦାୟିତ୍ୱ-ଜିଲ୍ଲାପାଳ, ରାୟଗଡ଼ା

ଢେଙ୍କାନାଳ ଜିଲ୍ଲାପାଳ- ଅମ୍ରିତ ଋତୁରାଜ                          ନୂତନ ଦାୟିତ୍ୱ- ଜିଲ୍ଲାପାଳ, କନ୍ଧମାଳ

ଭଦ୍ରକ ଜିଲ୍ଲାପାଳ- ସିଦ୍ଧେଶ୍ୱର ବଳିରାମ ବୋନ୍ଦର                 ନୂତନ ଦାୟିତ୍ୱ- ଜିଲ୍ଲାପାଳ, ସମ୍ବଲପୁର

ମୟୂରଭଞ୍ଜ ଜିଲ୍ଲାପାଳ- ଦତ୍ତାତ୍ରେୟ ବି. ସିନ୍ଧେ                     ନୂତନ ଦାୟିତ୍ୱ- ଜିଲ୍ଲାପାଳ, କଟକ

ନୂଆପଡ଼ା ଜିଲ୍ଲାପାଳ- ହେମକାନ୍ତ ସଏ                             ନୂତନ ଦାୟିତ୍ୱ- ଜିଲ୍ଲାପାଳ, ମୟୂରଭଞ୍ଜ

କଳାହାଣ୍ଡି ଜିଲ୍ଲାପାଳ- ପି. ଅନ୍ୱେଷା ରେଡ୍ଡୀ                         ନୂତନ ଦାୟିତ୍ୱ- ଜିଲ୍ଲାପାଳ, ଯାଜପୁର

କନ୍ଧମାଳ ଜିଲ୍ଲାପାଳ- ଆଶୀଷ ଈଶ୍ୱର ପାଟିଲ                      ନୂତନ ଦାୟିତ୍ୱ-ଜିଲ୍ଲାପାଳ, ମାଲକାନଗିରି

ଦେବଗଡ଼ ଜିଲ୍ଲାପାଳ-ସୋମେଶ କୁମାର ଉପାଧ୍ୟାୟ              ନୂତନ ଦାୟିତ୍ୱ- ଜିଲ୍ଲାପାଳ, ଢେଙ୍କାନାଳ

ନିର୍ଦ୍ଦେଶକ,ଗ୍ରାମ୍ୟ ଉନ୍ନୟନ- ଶୁଭଙ୍କର ମହାପାତ୍ର                  ନୂତନ ଦାୟିତ୍ୱ- ଜିଲ୍ଲାପାଳ, ନବରଙ୍ଗପୁର

କେନ୍ଦ୍ରାପଡ଼ା ଜିଲ୍ଲାପାଳ- ସୂର୍ଯ୍ୟବଂଶୀ ମୟୂର ବିକାଶ              ନୂତନ ଦାୟିତ୍ୱ- ଜିଲ୍ଲାପାଳ, ବାଲେଶ୍ୱର

ବୌଦ୍ଧ ଜିଲ୍ଲାପାଳ- ଜେ.ସୋନାଲ                                 ନୂତନ ଦାୟିତ୍ୱ- ଜିଲ୍ଲାପାଳ, ଜଗତସିଂହପୁର

ମାଲକାନଗିରି ଜିଲ୍ଲାପାଳ- ପାୱାର ସଚ୍ଚିନ ପ୍ରକାଶ                ନୂତନ ଦାୟିତ୍ୱ- ଜିଲ୍ଲାପାଳ, କଳାହାଣ୍ଡି

ସମ୍ବଲପୁର ଜିଲ୍ଲାପାଳ-ଅକ୍ଷୟ ସୁନୀଲ ଅଗ୍ରୱାଲ                 ନୂତନ ଦାୟିତ୍ୱ- ଜିଲ୍ଲାପାଳ, ନୟାଗଡ଼

ରାୟଗଡ଼ା ଜିଲ୍ଲାପାଳ- ମନୋଜ ସତ୍ୟାୟନ ମହାଜନ             ନୂତନ ଦାୟିତ୍ୱ- ଜିଲ୍ଲାପାଳ, ସୁନ୍ଦରଗଡ଼

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,ଓଏମସି-କବିନ୍ଦ୍ର କୁମାର ସାହୁ           ନୂତନ ଦାୟିତ୍ୱ- ଜିଲ୍ଲାପାଳ, ଦେବଗଡ଼

ସ୍ୱତନ୍ତ୍ର ସଚିବ,ସଂସ୍କୃତି ବିଭାଗ-ମଧୁସୂଦନ ଦାଶ                    ନୂତନ ଦାୟିତ୍ୱ- ଜିଲ୍ଲାପାଳ, ନୂଆପଡ଼ା

ସ୍ୱତନ୍ତ୍ର ସଚିବ,ଗ୍ରାମ୍ୟ ଉନ୍ନୟନ-ସୁବ୍ରତ କୁମାର ପଣ୍ଡା               ନୂତନ ଦାୟିତ୍ୱ- ଜିଲ୍ଲାପାଳ , ବୌଦ୍ଧ

ବୋର୍ଡ ଅଫ ରେଭନ୍ୟୁ ସଚିବ- ବିଜୟ ଉପାଧ୍ୟାୟ                   ନୂତନ ଦାୟିତ୍ୱ- ନିର୍ଦ୍ଦେଶକ, ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ

ମୟୂରଭଞ୍ଜ ଜିଲ୍ଲାପାଳ -ଆଶୀଷ ଠାକରେ                          ନୂତନ ଦାୟିତ୍ୱ- ସଚିବ, ବୋର୍ଡ ଅଫ ରେଭନ୍ୟୁ,କଟକ

ନବରଙ୍ଗପୁର ଜିଲ୍ଲାପାଳ-କମଳଲୋଚନ ମିଶ୍ର                       ନୂନୂତନ ଦାୟିତ୍ୱ- କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,ଓସଡମା

ଯାଜପୁର ଜିଲ୍ଲାପାଳ- ନିଖିଳପୱନ କଲ୍ୟାଣ                       ନୂତନ ଦାୟିତ୍ୱ- ନିର୍ଦ୍ଦେଶକ,ରାଜ୍ୟ ମୃତ୍ତିକା ସଂରକ୍ଷଣ

ନୟାଗଡ଼ ଜିଲ୍ଲାପାଳ- ସ୍ୱଧାଦେବ ସିଂ                              ନୂତନ ଦାୟିତ୍ୱ-  ଅତିରିକ୍ତ ସଚିବ,ପଂଚାୟତିରାଜ ବିଭାଗ

Related story