Advertisment

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଶୀଘ୍ର ବଢ଼ୁଛି ବୟସ; ବର୍ଷକୁ ୫ରୁ ୧୮ ବର୍ଷ

ପଞ୍ଚାୟତର ସର୍ବେଶ୍ୱର କୁନାରଙ୍କ ୨୦୨୨ ମସିହାରେ ୪୪ ବର୍ଷ ହୋଇଥିଲା। ହେଲେ ୨୦୨୪ ମସିହାରେ ତାଙ୍କର ବୟସ ହୋଇଛି ୬୭ ବର୍ଷ। ତାଙ୍କ ପତ୍ନୀ ଆରତି କୁନାରଙ୍କ ବୟସ ୨୦୨୩ ମସିହାରେ ୩୮ ବର୍ଷ ହୋଇଥିବା ବେଳେ ୨୦୨୪ ମସିହାରେ ହୋଇଛି ୬୬ ବର୍ଷ।

author-image
Manoranjan Sial
Old Age

Old Age

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଶୀଘ୍ର ଶୀଘ୍ର ବଢ଼ୁଛି ବୟସ। ଅର୍ଥାତ ଜଣେ ବ୍ୟକ୍ତି ବର୍ଷକୁ ଗୋଟିଏ ବର୍ଷ ବଢ଼ୁନି, ବର୍ଷକୁ ୫ରୁ ୧୮ ବର୍ଷ ପଢ଼ୁଛି। ସବୁଠାରୁ ମଜାଦାର କଥା ହେଉଛି, ଏମିତି ରେଟ୍‌ରେ ବୟସ ବଢ଼ୁଛି ଯେ ସ୍ୱାମୀଙ୍କୁ ବୟସରେ ଅତିକ୍ରମ କରିଯାଉଛନ୍ତି ସ୍ତ୍ରୀ। ସେହି ବୟସ ଆଧାରରେ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ଉଠାଉଛନ୍ତି। ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ। ଆଉ ଅଭିଯୋଗ ଆଣିଛି କେନ୍ଦ୍ରାପଡ଼ା ବିଜେପି। ସାଧାରଣ ନିର୍ବାଚନ ପୂର୍ବରୁ ଆଳି ବ୍ଲକ୍‌ ଅର୍ଗଳ ପଞ୍ଚାୟତରେ ୩୦୪ ନୂଆ ହିତାଧିକାରୀଙ୍କ ଭିତରୁ ୨୪୦ ଜଣ ବୟସ ଜାଲିଆତି କରି ବାର୍ଦ୍ଧକ୍ୟ ଭତ୍ତା ଉଠାଉଛନ୍ତି।

Advertisment

ଅଭିଯୋଗ ଅନୁସାରେ ଅର୍ଗଳ ପଞ୍ଚାୟତର ରମେଶ ଗାହାଣଙ୍କୁ ୨୦୨୨ ମସିହାରେ ହୋଇଥିଲା ୪୬ ବର୍ଷ। ଆଉ ୨୦୨୩ ମସିହାରେ ତାଙ୍କୁ ୪୭ ହୋଇଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କୁ ହୋଇଛି ୬୫ ବର୍ଷା। ଗୋଟିଏ ବର୍ଷରେ ତାଙ୍କର ୧୮ ବର୍ଷ ବଢ଼ିଛି। ଠିକ୍‌ ସେମିତି ରମେଶଙ୍କ ପତ୍ନୀ ସମ୍ପଦାରାଣୀ ଗାହାଣଙ୍କୁ ୨୦୨୩ ମସିହାରେ ୫୮ ବର୍ଷ ହୋଇଥିବା ବେଳେ ୨୦୨୪ ମସିହାରେ ହୋଇଛି ୬୪ ବର୍ଷ। ଅର୍ଥାତ ତାଙ୍କର ବୟସ ୬ ବର୍ଷ ବଢ଼ିଛି। ଏହି ବୟସ୍‌ ଆଧାରରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗତ ଦୁଇ ମାସ ହେଲା ଭତ୍ତା ଟଙ୍କା ପାଉଛନ୍ତି।

ଠିକ୍‌ ସେମିତି ଆଉ ଜଣେ ହେଉଛନ୍ତି ବସନ୍ତ ପୂହାଣ। ୨୦୨୨ ମସିହାରେ ତାଙ୍କୁ ହୋଇଥିଲା ୫୪ ବର୍ଷ। ୨୦୨୩ ମସିହାରେ ତାଙ୍କୁ ୫୫ ବର୍ଷ ହୋଇଛି। ହେଲେ ୨୦୨୪ ମସିହାରେ ତାଙ୍କୁ ୫୬ ବର୍ଷ ହେବା କଥା। କନ୍ତୁ ହୋଇଛି ୬୩ ବର୍ଷ। ଅର୍ଥାତ ତାଙ୍କର ବୟସ ଗୋଟିଏ ବର୍ଷରେ ୮ ବର୍ଷ ବଢ଼ିଛି। ସେମିତି ତାଙ୍କ ପତ୍ନୀ ଚିତ୍ରକୁଳ ପୁହାଣଙ୍କର ବୟସ ୨୦୨୩ ମସିହାରେ ୫୨ ବର୍ଷ ହୋଇଥିବା ବେଳେ ୨୦୨୪ ମସିହାରେ ୬୬ ବର୍ଷ ହୋଇଛି। ସବୁଠାରୁ ମଜାଦାର କଥା ହେଉଛି, ଏଠି ଏମିତି ହିସାବ ଗଡ଼ବଡ଼ କରିଛନ୍ତି ଯେ ସ୍ୱାମୀଙ୍କଠାରୁ ସ୍ତ୍ରୀ ୩ ବର୍ଷ ଅଧିକ କରିଦେଇଛନ୍ତି। ସେହି ବୟସକୁ ଦେଖାଇ ଗତ ୨ ମାସ ହେଲା ସ୍ୱାମୀ ଓ ସ୍ତ୍ରୀ ଭତ୍ତା ଟଙ୍କା ପାଉଛନ୍ତି।

Advertisment

ସେହିପରି ସେହି ପଞ୍ଚାୟତର ସର୍ବେଶ୍ୱର କୁନାରଙ୍କ ୨୦୨୨ ମସିହାରେ ୪୪ ବର୍ଷ ହୋଇଥିଲା। ହେଲେ ୨୦୨୪ ମସିହାରେ ତାଙ୍କର ବୟସ ହୋଇଛି ୬୭ ବର୍ଷ। ତାଙ୍କ ପତ୍ନୀ ଆରତି କୁନାରଙ୍କ ବୟସ ୨୦୨୩ ମସିହାରେ ୩୮ ବର୍ଷ ହୋଇଥିବା ବେଳେ ୨୦୨୪ ମସିହାରେ ହୋଇଛି ୬୬ ବର୍ଷ। ସେହିପରି ୨୦୨୨ ମସିହାରେ ଶୁଭାସିନୀ ଜେନାଙ୍କୁ ୩୦ ବର୍ଷ ହୋଇଥିଲା। ୨୦୨୩ ମିସହାରେ ତାଙ୍କୁ ୩୧ ବର୍ଷ ହୋଇଥିବା ବେଳେ ୨୦୨୪ ମସିହାରେ ତାଙ୍କୁ ହୋଇଛି ୬୧ ବର୍ଷ। ଠିକ୍‌ ସେମିତି ସୁମା ଗାହାଣଙ୍କୁ ୨୦୨୩ ମସିହାରେ ୪୦ ବର୍ଷ ହୋଇଥିଲା। ହେଲେ ୨୦୨୪ ମସିହାରେ ତାଙ୍କୁ ୬୪ ବର୍ଷ ହୋଇଛି। ଏମିତି ୨୦୪ ଜଣ ବୟସ ଜାଲିଆତି କରି ଭତ୍ତା ଟଙ୍କା ଉଠାଉଛନ୍ତି। ଏପରି ଦୁର୍ନୀତି ଅଭିଯୋଗ ଆଣିଛି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି।

ଗତ ସରକାରରେ କିଛି ନେତା ଓ ଦୁର୍ନୀତି ଖୋର ଅଧିକାରୀଙ୍କ ସହାୟତାରେ ଏହି ଦୁର୍ନୀତି ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି। ଏନେଇ ତଦନ୍ତ ହେଲା ସବୁ ସତ ଜଣାପଡ଼ିବ ବୋଲି ଲୋକେ କହିଛନ୍ତି। ଅପରପକ୍ଷେ ଜିଲ୍ଲାପାଳ କହିଛନ୍ତି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।

ତେବେ ଏଠି ପ୍ରଶ୍ନ ଉଠୁଛି, ଏତେ ପରିମାଣରେ ଜାଲିଆତି ହେଲା କେମିତି? ମିଳିଥିବା ସୂଚନା ଅନୁସାରେ ଭୋଟ୍‌ ପରିଚୟ ପତ୍ରରେ ଉଲ୍ଲେଖ ଥିବା ବୟସକୁ ଆଧାର କରି ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉଛି। ତେବେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଦଲାଲ୍‌ଙ୍କ ମାଧ୍ୟମରେ ଲୋକମାନେ ନୂଆ ଭୋଟକାର୍ଡ ପାଇଁ ନିର୍ବାଚନ କମିଶନଙ୍କ ପୋର୍ଟାଲରେ ଫେକ୍‌ ପ୍ରମାଣପତ୍ର ଦେଇ ଆବେଦନ କରିଥିଲେ। ଯାହାକୁ ଆପ୍ରୁଭ୍‌ ମିଳିଥିଲା। ସେହି ଭୋଟ୍‌କାର୍ଡକୁ ବ୍ଲକ୍‌ ପ୍ରଶାସନ ପାଖରେ ଜମା କରି ଭତ୍ତା ଆବେଦନ କରିଥିଲେ। ତେବେ ବ୍ଲକ ପ୍ରଶାସନ ଯାଞ୍ଚ କରି ଭତ୍ତା ଫର୍ମ ମଞ୍ଜୁର କରିବାର ଥିଲା। ହେଲେ ନିର୍ବାଚନ ମାହୋଲ ଭିତରେ ରାଜନେତା ଓ ଅଧିକାରୀଙ୍କ ମଧୁଚନ୍ଦ୍ରୀକା ଯୋଗୁ ତାହା କରାଯାଇନଥିଲା। ଯେଉଁଥିପାଇଁ ଅଯୋଗ୍ୟ ବ୍ୟକ୍ତିମାନେ ବୟସ ବଢ଼ାଇ ଭତ୍ତା ଟଙ୍କା ହାତଉଛନ୍ତି।

ରିପୋର୍ଟ- ଆଳିରୁ ବନମାଳୀ ସାହୁ

Old Age