/odisha-reporter/media/post_attachments/uploadimage/library/16_9/16_9_0/IMAGE_1708704750.jpeg)
Amrit Bharat Railway
ଓଡ଼ିଶାରେ ୨୧ଟି ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫେବୃଆରୀ ୨୬ରେ ସେ ସାରା ଦେଶରେ ୫୫୪ଟି ରେଳ ଷ୍ଟେସନ ଏବଂ ୧୫ ହଜାର ରେଲୱେ ଓଭରବ୍ରିଜର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
Advertisment
ଫେବୃଆରୀ ୨୬ରେ ସେ ସାରା ଦେଶରେ ୫୫୪ଟି ରେଳ ଷ୍ଟେସନ ଏବଂ ୧୫ ହଜାର ରେଲୱେ ଓଭରବ୍ରିଜର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି କ୍ରମରେ ଓଡ଼ିଶାରେ ୯ଶହ କୋଟି ଟଙ୍କାର ୨୧ଟି ଅମୃତ ଭାରତ ରେଳ ଷ୍ଟେସନ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି। ଏଥିରେ ୧୩ଟି ଷ୍ଟେସନ ପୂର୍ବତଟ ରେଳପଥରେ ରହିଥିବା ବେଳେ, ୬ଟି ଦକ୍ଷିଣପୂର୍ବ ଓ ୨ଟି ଦକ୍ଷିଣ ପୂର୍ବ ସେଣ୍ଟ୍ରାଲ ରେଲୱେରେ ରହିଛି। ବିମଲଗଡ, ରାୟଗଡ଼ା, ଝାରସୁଗୁଡ଼ା, ସମ୍ବଲପୁର, ଟିଟିଲାଗଡ଼, ପାରାଦୀପ ଆଦି ସହରରେ ନିର୍ମାଣ ହେବ ଅମୃତ ଭାରତ ରେଳ ଷ୍ଟେସନ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
