Advertisment

ବଜ୍ରାଘାତରେ ୨୨ଟି ଛେଳି ଜୀବନ୍ତ ଦଗ୍ଧ

ପ୍ରବଳ ବେଗରେ ପବନ ସାଙ୍ଗକୁ ବର୍ଷା ଓ କୁଆପଥର ମାଡ଼ରେ ଭଞ୍ଜନଗର ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିଛି।

ଅଦ୍ୟତନ ହୋଇଛି
Lightning

Lightning

Advertisment

ତାତିରୁ ଭଞ୍ଜନଗରବାସୀଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ଆଜି ଅପରାହ୍ନରେ ଭଞ୍ଜନଗର ଓ ଏହାର କିଛି ଆଖପାଖ ଅଞ୍ଚଳରେକାଳବୈଶାଖୀ ଜନିତ ବର୍ଷା ହୋଇଛି। ତେବେ ବଜ୍ରାଘାତରେ ୨୨ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସୋରଡ଼ା ଥାନା ରତ୍ନପୁର ଗାଁରେ ଘଟିଛି ଏହି ଘଟଣା।

Advertisment

ପ୍ରବଳ ବେଗରେ ପବନ ସାଙ୍ଗକୁ ବର୍ଷା ଓ କୁଆପଥର ମାଡ଼ରେ ଭଞ୍ଜନଗର ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ସହରର ମହିଳା ମହାବିଦ୍ୟାଳୟ ସାମ୍ନାରେ ଗଛ ଭାଙ୍ଗିବାରୁ ଯାତାୟତ ବନ୍ଦ ରହିଥିଲା। ଅଗ୍ନିଶମ ବାହିନୀ ଗଛକୁ କାଟି ଯାତାୟତ ସ୍ୱାଭାବିକ କରିଛନ୍ତି। ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ଛିଡ଼ି ଥିବାରୁ ଦୀର୍ଘ ଘଣ୍ଟା ହେଲା ବିଦ୍ୟୁତ ସରାବରହ ବନ୍ଦ ରହିଛି। ଅତ୍ୟଧିକ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ଅଞ୍ଚଳବାସୀ।

କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇଛି। ଗଞ୍ଜାମ ସହିତ ନୟାଗଡ଼ ଓ ପୁରୀ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ଏବଂ ପବନ ହୋଇଛି। ଭୁବନେଶ୍ୱରରେ ମଧ୍ୟ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ନୟାଗଡ଼ରେ ପ୍ରବଳ ପବନ ସାଙ୍ଗକୁ କୁଆପଥର ମାଡ଼ ଓ ବର୍ଷା ହୋଇଛି।

Advertisment

ଓଡ଼ିଶା ଉପରେ ଥିବା ଟ୍ରପଲାଇନ ପ୍ରଭାବରେ ଆସନ୍ତାକାଲିଠାରୁ ପୂରା ଓଡ଼ିଶାକୁ ଭିଜାଇବ କାଳବୈଶାଖୀ ଜନିତ ବର୍ଷା। ଆସନ୍ତାକାଲି ପାଇଁ ଗଞ୍ଜାମ, ଗଜପତି, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଓ ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ୮ ଓ ୯ ତାରିଖ ପାଇଁ ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣିଂ ଜାରି କରାଯାଇଛି। 

Lightning Strike Lightning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe