Advertisment

ମଧ୍ୟାହ୍ନ ଭୋଜନରେ ଡାଲମା ଖାଇ ୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନ ପରେ ପିଲାମାନେ ଘରକୁ ଫେରିଥିଲେ। ସନ୍ଧ୍ୟା ବେଳେ ଜଣେ ପରେ ଜଣେ ପିଲାକୁ ବାନ୍ତି ହୋଇଥିଲା। ଯେଉଁ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇଥିଲେ, ସେମାନଙ୍କୁ ବାନ୍ତି ହୋଇଥିବା ସହିତ ପେଟ ଯନ୍ତ୍ରଣା କରିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Balasore

Balasore

ମଧ୍ୟାହ୍ନ ଭୋଜନରେ ଡାଲମା ଖାଇ ୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ। ସମସ୍ତଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଏପରି ଖବର ବାଲେଶ୍ଵର ଜିଲ୍ଲା ସିଙ୍ଗଲା ଥାନା ଅଞ୍ଚଳରୁ ଆସିଛି।

Advertisment

ଗ୍ରୀଷ୍ମ ପ୍ରବାହ ଉତ୍ତର ଓଡ଼ିଶାରେ ସକାଳ ସ୍କୁଲ ହୋଇଥିଲା। ଆଜି ପିଲାମାନେ ପଥଦୁର୍ଗା ପ୍ରାଇମେରୀ ସ୍କୁଲ ଆସିଥିଲେ। ଦିନ ଦଶଟା ବେଳେ ମଧ୍ୟାହ୍ନ ଖାଇବାକୁ ଦିଆଯାଇଥିଲା। ପିଲାମାନେ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ଡାଲମାରୁ ଗୋଟିଏ ଝିଟିପିଟି ବାହାରିଥିଲା। ପିଲାମାନେ ଏ ସମ୍ପର୍କରେ ପାଚିକା ଓ ସହାୟିକାଙ୍କୁ କହିଥିଲେ। ଏହା ପରେ ଡାଲମା ତରକାରୀକୁ ଫିଙ୍ଗି ଦେଇଥିଲେ। ଅଲଗା ତରକାରୀ ଖାଇବା ପାଇଁ ପିଲାଙ୍କୁ ଦେଇଥିଲେ।

ମଧ୍ୟାହ୍ନ ଭୋଜନ ପରେ ପିଲାମାନେ ଘରକୁ ଫେରିଥିଲେ। ସନ୍ଧ୍ୟା ବେଳେ ଜଣେ ପରେ ଜଣେ ପିଲାକୁ ବାନ୍ତି ହୋଇଥିଲା। ଯେଉଁ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇଥିଲେ, ସେମାନଙ୍କୁ ବାନ୍ତି ହୋଇଥିବା ସହିତ ପେଟ ଯନ୍ତ୍ରଣା କରିଥିଲା। ପରିବାର ଲୋକେ ପିଲାମାନଙ୍କୁ ନେଇ ବସ୍ତା ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଛାତ୍ରଛାତ୍ରୀ ମେଡିକାଲ୍‌ରେ ଭର୍ତ୍ତି ହୋଇସାରିଲେଣି। ଝିଟିପିଟି ପଡିଥିବା ଡାଲମା ଖାଇଥିବାରୁ ପିଲାମାନେ ଅସୁସ୍ଥ ହୋଇଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ଖବରପାଇ ଏବିଇଓ ସମୋନାଥ ଦାସ ଓ ସିଆରସିସି ଚାନ୍ଦ ମୁର୍ମୁ ମେଡ଼ିକାଲ୍‌ରେ ପହଞ୍ଚିଛନ୍ତି। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Midday Meal