Advertisment

୨୩ରୁ ୨୫ ଯାଏଁ ଶିମିଳିପାଳ ବନ୍ଦ

ବର୍ଷା ଋତୁ ପରେ ପରେ ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଥିଲା। ପ୍ରତିଦିନ ଶହଶହ ପର୍ଯ୍ୟଟକ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନୋଭରି ଉପଭୋଗ କରୁଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Similipal

Similipal

ଦାନା ବାନ୍ଧୁଛି ବାତ୍ୟା ‘ଦାନା’। ଭାରତୀୟ ପାଣିପାଗ ପୂର୍ବାନୁମାନ ଅନୁସାରେ ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି। ତେଣୁ ତା’ପୂର୍ବରୁ ଅର୍ଥାତ ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ ରହିବ। ଯେଉଁମାନେ ଆଗୁଆ ବୁକିଂ କରିଥିଲେ, ସେମାନଙ୍କ ବୁକିଂକୁ ମଧ୍ୟ ବାତିଲ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ ଅଭୟାରଣ୍ୟ କ୍ଷେତ୍ର ନିର୍ଦ୍ଦେଶକ। ବାତ୍ୟା ’ଦାନା’କୁ ନେଇ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ।

Advertisment

ବର୍ଷା ଋତୁ ପରେ ପରେ ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଥିଲା। ପ୍ରତିଦିନ ଶହଶହ ପର୍ଯ୍ୟଟକ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନୋଭରି ଉପଭୋଗ କରୁଥିଲେ। ଏଥିସହ କଟେଜ୍‌ରେ ରାତି ଜାପନ କରୁଥିଲେ। ହେଲେ ଦାନା ପାଇଁ ଏବେ ଶିମିଳିପାଳକୁ ବନ୍ଦ କରାଯାଇଛି। ବାତ୍ୟା ଯୋଗୁ ପ୍ରବଳ ବର୍ଷା ହେବ ବୋଲି ଆଶା କରାଯାଉଥିବାରୁ ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Similipal National Park Cyclone Dana