Advertisment

‘ରାଜ୍ୟରେ ଅଂଶୁଘାତ ନେଲାଣି ୨୬ ଜୀବନ; ରାଉରକେଲାରେ ୨୦ ମାମଲା’

ସୁନ୍ଦରଗଡ଼ ଓ ଝାରସୁଗଡ଼ାରୁ ଅଧିକ ହିଟୱେଭେ ମାମଲା ଆସୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Director of public health

Director of public health

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ କଲବଲ ହେଉଛନ୍ତି ରାଜ୍ୟବାସୀ। ସକାଳୁ ସକାଳୁ ତତଲା ପବନ ଯୋଗୁ ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। ଏପରି ସ୍ଥିତିରେ ରାଜ୍ୟରେ ବଢିଛି ଅଂଶୁଘାତ ରୋଗୀଙ୍କ ସଂଖ୍ୟା। ରାଜ୍ୟରେ ଚଳିତବର୍ଷ ଏଯାଏ ଅଂଶୁଘାତରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୨୦ଟି ମାମଲା କେବଳ ରାଉରକେଲାର ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ସୁନ୍ଦରଗଡ଼ ଓ ଝାରସୁଗଡ଼ାରୁ ଅଧିକ ହିଟୱେଭେ ମାମଲା ଆସୁଛି। ରାଉରକେଲାରେ ଅଂଶୁଘାତରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। କିଛି ଜଣଙ୍କର ରିସିଭ୍ ଡେଥ୍ ହୋଇଥିବା ବେଳେ ଆଉ କେତେଜଣ ଚିକିସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ପୋଷ୍ଟମର୍ଟମ ଚାଲିଛି। ଏବେ କିଛି ଅଂଶୁଘାତ ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାପାଳ ଓ CDMO ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।

ରାଉରକେଲାରେ ଅସ୍ୱାଭାବିକ ମୃତ୍ୟୁ ନେଇ ଯୁଗ୍ମ ତଦନ୍ତ କରାଯାଉଛି। ଖଣି ଅଞ୍ଚଳରୁ ଅଧିକ ହିଟୱେଭ କେସ୍ ରହିଛି। ସତର୍କ ରହିବାକୁ କୁହାଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ରାଉରକେଲାରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଛି।  ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ସ୍ପଷ୍ଟ କରିଛନ୍ତି।

Heat Wave In Odisha Unnatural Death Heat Weave