Advertisment

ହୃହଘାତରେ ଚାଲିଗଲା ୨୭ ବର୍ଷୀୟ ଆଇଆଇଏମ ଛାତ୍ରଙ୍କ ଜୀବନ

ଯୁବାବସ୍ଥାରେ ହୃଦଘାତ ହେବା ସମସ୍ତଙ୍କୁ ଚକିତ କରିଛି। ସୋଶାଲ ମିଡିଆରେ ଏହି ଖବରକୁ ଶେୟାର କରି ଲୋକମାନେ ପରସ୍ପରକୁ ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି।

author-image
Hemant Lenka
IIM

IIM

ହୃଦଘାତ ଏବେ ଦେଶର ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବଗୋଷ୍ଠୀଙ୍କ ଜୀବନ ହୃଦଘାତରେ ଚାଲି ଯାଉଛି। ଏହିକ୍ରମରେ ଆଇଆଇଏମ ବେଙ୍ଗାଲୁରୁରା ପଢ଼ୁଥିବା ଜଣେ ୨୭ ବର୍ଷୀୟ ଛାତ୍ର ହୃଦଘାତରେ ପ୍ରାଣ ହରାଇଛନ୍ତି।

Advertisment

ଯୁବାବସ୍ଥାରେ ହୃଦଘାତ ହେବା ସମସ୍ତଙ୍କୁ ଚକିତ କରିଛି। ସୋଶାଲ ମିଡିଆରେ ଏହି ଖବରକୁ ଶେୟାର କରି ଲୋକମାନେ ପରସ୍ପରକୁ ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ସେହିପରି ସ୍ୱାସ୍ଥ୍ୟକୁ ନେଇ କେବେ ହେଲେ କେହି ଅବହେଳା କରନ୍ତୁ ନାହିଁ ବୋଲି କହିଛନ୍ତି।

ଆଇଆଇଏମ ବେଙ୍ଗାଲୁରୁ ପକ୍ଷରୁ କୁହାଯାଇଛି ଯେ ୨୭ ବର୍ଷୀୟ ଛାତ୍ର ଜଣଙ୍କ ହେଉଛନ୍ତି ଆୟୂଷ ଗୁପ୍ତା। ସେ ମ୍ୟାନେଜମେଣ୍ଟ କୋର୍ସ ପୋଷ୍ଟ ଗ୍ରାଜ୍ୟୁଏଟ ପ୍ରୋଗ୍ରାମ (ପିଜିପି)ର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ତାଙ୍କ ବିୟୋଗରେ ପୂରା ଅନୁଷ୍ଠାନ ମର୍ମାହତ।

Advertisment

ରବିବାର ମଧ୍ୟାହ୍ନରେ ହୃଦଘାତ ଯୋଗୁ ସେ ସମସ୍ତଙ୍କୁ ଛାଡ଼ି ଯାଇଛନ୍ତି। ୨୭ ବର୍ଷୀୟ ଆୟୂଷ ପିଜିପିର ଷ୍ଟୁଟେଣ୍ଟ ଆଲୁମନି କମିଟିର ବରିଷ୍ଠ ସଂଯୋଜକ ଥିଲେ ବୋଲି ଆଇଆଇଏମ ବେଙ୍ଗାଲୁରୁ ସୂଚନା ଦେଇଛି।

ଆୟୂଷ ଆଇଆଇଏମବିରେ ଏମବିଏମ ମଧ୍ୟ କରୁଥିଲେ। ଏଥିସହ ସେ ଅନୁଷ୍ଠାନର ପୂର୍ବତନ ଛାତ୍ରଙ୍କ ସହ ମଧ୍ୟ ବେଶ ଘନିଷ୍ଠ ରହିଥିଲେ। ସେ ୨୦୧୭ରେ ବିଆଇଟିଏ ପିଲାନିରୁ ନିଜର ଗ୍ରାଜ୍ୟୁଏସନ ଶେଷ କରିଥିଲେ। ଆୟୂଷଙ୍କ ଅକାଳ ବିୟୋଗରେ ଆଇଆଇଏମବି ମଧ୍ୟ ଶୋକ ପ୍ରକାଶ କରିଛି।

Bengaluru IIM