Advertisment

ଖାଦ୍ୟ ଅନ୍ୱେଷଣରେ ଆସିଥିଲେ, କୂଅରେ ପଡ଼ିଗଲେ ୨୮ ବାରହା

ବାରହାମାନେ ଜମିରୁ ଫସଲ ଖାଇବାକୁ ଗତ ରାତିରେ ଗାଁମୁହାଁ ହୋଇଥିଲେ। ମାତ୍ର ହଠାତ୍‌ ସେମାନେ ବିଲ ମଝିରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଯାଇଥିଲେ।

boar in well

boar in well

Advertisment

ଖାଦ୍ୟ ଅନ୍ୱେଷଣରେ ଆସି ପରିତ୍ୟକ୍ତ କୂଅରେ ପଡ଼ିଗଲେ ପ୍ରାୟ ୨୮ ବାରହା। ଗତରାତିରେ ବାରହାମାନେ କୂଅରେ ପଡ଼ିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିଛି ବନ ବିଭାଗ । ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ସଦର ରେଞ୍ଜ ଭଗାମୁଣ୍ଡା ଗାଁର ଘଟିଛି।

Advertisment

ବାରହାମାନେ ଜମିରୁ ଫସଲ ଖାଇବାକୁ ଗତ ରାତିରେ ଭଗାମୁଣ୍ଡା ଗାଁମୁହାଁ ହୋଇଥିଲେ। ମାତ୍ର ହଠାତ୍‌ ସେମାନେ ବିଲ ମଝିରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଯାଇଥିଲେ।

ଆଜି ସକାଳେ ଏକ ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ବାରହାମାନଙ୍କୁ ଉଦ୍ଧାର ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଛି। ଏକ ଜେସିବି ସହାୟତାରେ କୂଅ ନିକଟରୁ ରାସ୍ତା ତିଆରି ହେଉଛି। ଉକ୍ତ ରାସ୍ତା ଦେଇ ବାରହାମାନେ ଜଙ୍ଗଲକୁ ଚାଲିଯିବେ ବୋଲି ବନ ଅଧିକାରୀ କହିଛନ୍ତି।

Advertisment

ମାତ୍ର ଘଟଣାସ୍ଥଳରେ ବହୁ ଲୋକ ରୁଣ୍ଡ ହୋଇଥିବାରୁ ସେମାନଙ୍କୁ ଘଉଡ଼ାଇବାକୁ ବନ ବିଭାଗକୁ ନାକେଦନ ହେବାକୁ ପଡ଼ୁଛି। କାରଣ କୂଅ ଭିତରେ ଦୀର୍ଘ ସମୟ ହେଲା ପଡ଼ି ଯାଇଥିବା ବାରହାମାନେ ହିଂସ୍ର ହୋଇଯିବାରୁ ଲୋକଙ୍କୁ ଆକ୍ରମଣ କରିବାର ଆଶଙ୍କା ସୃଷ୍ଟି ହେଉଛି। ତେଣୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଲୋକଙ୍କୁ କୁହାଯାଇଥିବା ବେଳେ ସେମାନେ ତାହାକୁ ଖାତିର କରୁ ନ ଥିବା ଦେଖିବାକୁ ମିଳିଛି।

Keonjhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe