Advertisment

ରାଜ୍ୟରେ ଗ୍ରାହକଙ୍କୁ ଠକୁଛନ୍ତି ୨୮୪୬ଟି ଦୋକାନୀ

ପେଟ୍ରୋଲ୍‌ ପମ୍ପରେ ମଧ୍ୟ ଜାଲିଆତି ହେଉଛି। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ପେଟ୍ରୋଲ ପମ୍ପରେ ହେଉଛି ଠକେଇ। ରାଜ୍ୟରେ ୩୭୦ଟି ପେଟ୍ରୋଲ ପମ୍ପରେ ମାପରେ ଗଫଲତି ବୋଲି ମନ୍ତ୍ରୀ କହିଛନ୍ତି।

Shop

Shop

Advertisment

ରାଜ୍ୟରେ ମାପ ଓ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି କେତେକ ବ୍ୟବସାୟୀ। ବର୍ଷକରେ ୨,୮୪୬ ଦୋକାନୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି। ୨୧୮୧ ବ୍ୟବସାୟୀ କମ୍ପ୍ୟୁଟର ଓଜନରେ ଠକୁଥିବା ଜଣାପଡିଛି। ସେହିପରି ୧୦୧ ଜଣ ବ୍ୟବସାୟୀ ବଟକରା ଓ ୯୫ ଜଣ ପଳାରେ ଠକୁଛନ୍ତି। ଆଜି ବିଧାନସଭାରେ ଏପରି ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Advertisment

ସେପଟେ ପେଟ୍ରୋଲ୍‌ ପମ୍ପରେ ମଧ୍ୟ ଜାଲିଆତି ହେଉଛି। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ପେଟ୍ରୋଲ ପମ୍ପରେ ହେଉଛି ଠକେଇ। ରାଜ୍ୟରେ ୩୭୦ଟି ପେଟ୍ରୋଲ ପମ୍ପରେ ମାପରେ ଗଫଲତି ବୋଲି ମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ନିରୀହ ଲୋକଙ୍କୁ ଦୋକାନୀମାନେ ଠକୁଛନ୍ତି। ଯାହାଫଳରେ ଗରିବ ଲୋକଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ଠକି ନେଉଛନ୍ତି ବ୍ୟବସାୟୀ। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳର ଲୋକମାନେ ବଶୀ ଠକାମୀରେ ଶିକାର ହେଉଛନ୍ତି। ଆଉ ଯେଉଁମାନେ ଜାଣିପାରି ପ୍ରତିବାଦ କରୁଛନ୍ତି, ସେମାନେ ଦୋକାନୀଙ୍କ ଆକ୍ରୋଶରେ ଶିକାର ହେଉଛନ୍ତି। କେବେଳ ଦୋକାନୀ ନୁହେଁ, ପେଟୋଲ୍‌ ପମ୍ପ ମାଲିକମାନେ ମଧ୍ୟ ଗ୍ରାହକଙ୍କ ଉପଜରେ ଜୁଲମ ଦେଖାଉଥିବା ଅଭିଯୋଗ ହେଉଛି।

Advertisment
Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe