ବାହାନଗା ଟ୍ରେନ୍‌ ଟ୍ରାଜେଡି; ୩ ଅଭିଯୁକ୍ତଙ୍କ ମେଡ଼ିକାଲ୍‌ ଚେକ୍‌ଅପ୍‌ କଲା ସିବିଆଇ

ମିଳିଥିବା ସୂଚନା ଅନୁସାରେ ୩ ଅଭିଯୁକ୍ତଙ୍କୁ ପୁନର୍ବାର ପଚରାଉଚରା କରିବା ପାଇଁ ଡାକିଥିଲା ସିବିଆଇ। ସେମାନେ ଆସିବା ପରେ ସିବିଆଇ ଗିରଫ କରିଛି। ସେମାନଙ୍କ ବିରୋଧରେ ଆଇପିସି ଧାରା ୩୦୪ ଓ ୨୦୧ ଲାଗିଛି।

ଗିରଫ ଅଭିଯୁକ୍ତ

  • Published: Friday, 07 July 2023
  • , Updated: 07 July 2023, 08:36 PM IST

ବାହାନଗା ବଜାର ଷ୍ଟେସନ୍‌ରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା। ଏହି ମାମଲାରେ ସିବିଆଇ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ତିନି ଅଭିଯୁକ୍ତ ହେଲେ ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ନିସିଆନ ପପୁ କୁମାର। କଡ଼ା ସୁରକ୍ଷା ମଧ୍ୟରେ ସେମାନଙ୍କ ମେଡ଼ିକାଲ୍‌ ଚେକ୍‌ଅପ୍‌ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନେଲା ସିବିଆଇ।  

ମିଳିଥିବା ସୂଚନା ଅନୁସାରେ ୩ ଅଭିଯୁକ୍ତଙ୍କୁ ପୁନର୍ବାର ପଚରାଉଚରା କରିବା ପାଇଁ ଡାକିଥିଲା ସିବିଆଇ। ସେମାନେ ଆସିବା ପରେ ସିବିଆଇ ଗିରଫ କରିଛି। ସେମାନଙ୍କ ବିରୋଧରେ ଆଇପିସି ଧାରା ୩୦୪ ଓ ୨୦୧ ଲାଗିଛି। ଜାଣିଶୁଣି ମୃତ୍ୟୁ ମୁହଁକୁ ଠେଲିଦେବା ଓ ଅପରାଧ ଘଟାଇ ପ୍ରମାଣ ନଷ୍ଟ ପରି ଅଭିଯୋଗ ଲଗାଇଛି ସିବିଆଇ। ତେବେ ଏହି ମାମଲାରେ ଆଉ କାହାକୁ ସିବିଆଇ ଗିରଫ କରିବ, ତାହା ଆଗାମୀ ଦିନରେ ଦେଖିବାକୁ ମିଳିବ।

ଗତ ଜୁନ୍ ୨ ତାରିଖରେ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଘଟିଥିଲା ଦୁର୍ଘଟଣା। ସାଳିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା। ଠିକ୍‌ ସେହି ସମୟରେ ଆସୁଥିବା ବାଙ୍ଗାଲୁରୁ-ହାୱାଡ଼ା ୟେଶବନ୍ତପୁର ଏକ୍ସପ୍ରେସ୍‌ର ଉପରେ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍‌। ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବାକି ୫ ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ଏହି ଘଟଣା ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଥିଲା।

Related story