Advertisment

ଝାଡ଼ାବାନ୍ତିରେ ୩ ମୃତ, ୧୦ ଆକ୍ରାନ୍ତ

ବର୍ଷା ପରେ ଦାଉ ସାଧିଛି ଝାଡ଼ାବାନ୍ତି।

ଅଦ୍ୟତନ ହୋଇଛି
diarrhoea

diarrhoea

Advertisment

ବର୍ଷା ପରେ ଦାଉ ସାଧିଛି ଝାଡ଼ାବାନ୍ତି। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ମମିଆଁ ଗାଁରେ ଗତ ୫ଦିନ ମଧ୍ୟରେ ଝାଡ଼ାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ଜଣ ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଆଉ କିଛି ଆକ୍ରାନ୍ତ ଗାଁରେ ଚିକିତ୍ସାଧୀନ ଅଛନ୍ତି।

Advertisment

ଗାଁରେ ଝାଡ଼ାବାନ୍ତି ବ୍ୟାପୁଥିବା ଖବର ପାଇ ସିଂଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ୍ ଗାଁକୁ ଯାଇ ଆକ୍ରାନ୍ତ ଲୋକଙ୍କୁ ଚିକିତ୍ସା କରିବା ସହ ଲୋକଙ୍କୁ ସଚେତନ କରିଛନ୍ତି।

ସିଂଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବିଶ୍ୱନାଥ ଖୁଣ୍ଟିଆ କହିଛନ୍ତି, ମମିଆଁ ଗାଁରେ ଲୋକମାନେ ନଦୀରୁ ପାଣି ଆଣି ପିଉଛନ୍ତି। ସେମାନଙ୍କୁ ନଦୀ ପାଣି ପିଇବାକୁ ମନା କରାଯାଇଛି। ପାଣି ଟେଷ୍ଟିଂ ପାଇଁ ପଠାଯାଇଛି। ୩ଟି ଡାକ୍ତରୀ ଟିମ୍‌ ଗାଁକୁ ଯାଇ ଲୋକଙ୍କ ଚିକିତ୍ସା କରିଛନ୍ତି। ଘର ଘର ବୁଲି ଡାକ୍ତର ଟିମ୍ ସ୍ଥିତି ସମୀକ୍ଷା କରିଛନ୍ତି। ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

Advertisment
Balangir Puri Diarrhoea
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe