Hirakuda
ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍। ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଆଜି ଆଉ ୩ଟି ଗେଟ୍ ଖୋଲାଯାଇଛି। ଏହାକୁ ମିଶାଇ ଏବେ ୮ଟି ଗେଟ୍ ଜରିଆରେ ବନ୍ୟାଜଳ ନିଷ୍କାସନ ହେଉଛି।
୮ଟି ଗେଟ ମଧ୍ୟରୁ ୨ଟି ଗେଟ ବୁର୍ଲା ଡାହାଣ ସ୍ପିଲ୍ ୱେ’ ପାର୍ଶ୍ୱରୁ ଖୋଲା ଯାଇଥିବା ବେଳେ, ହୀରାକୁଦ ବାମ ସ୍ପିଲ ୱେ’ ପାର୍ଶ୍ୱରୁ ୬ଟି ଗେଟ୍ ଖୋଲା ଅଛି। ଗତକାଲି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ଅବସରରେ ମୋଟ ୫ଟି ସ୍ଲୁଇସ ଗେଟ୍ ଜରିଆରେ ବନ୍ୟାଜଳ ନିଷ୍କାସନ ହେଉଥିଲା। ଆଜି ଅପରାହ୍ମ ୩ଟା ସୁଦ୍ଧା ଡ୍ୟାମର ଜଳପତ୍ତନ ୬୧୪ ଦଶମିକ ୩୭ ଫୁଟ ରହିଛି।
ଏହି ସମୟ ମଧ୍ୟରେ ଡ୍ୟାମ୍ କୁ ସେକେଣ୍ଡ ପ୍ରତି ୧ ଲକ୍ଷ ୨୯ ହଜାର ୧୫୫ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ, ୧ ଲକ୍ଷ ୬୦ ହଜାର ୩୮୪ ଘନଫୁଟ ଜଳ ନିଷ୍କାସିତ ହେଉଛି। ଆସନ୍ତା ୩୧ ତାରିଖ ଦିନ ଜଳଭଣ୍ଡାର ର ଜଳ ପତ୍ତନ କୁ ୬୦୫ ଫୁଟରେ ରଖାଯିବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Hirakuda_1690214153.jpeg)