Advertisment

ଏକକାଳୀନ ଆଇଏଏସ୍ ପାହ୍ୟାକୁ ଉନ୍ନୀତ ହେଲେ ୩୦ ଓଏଏସ୍ ଅଫିସର

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିନେଦୁଇଦିନ ମଧ୍ୟରେ ଏହି ଅଫିସରମାନଙ୍କୁ ଆଇଏଏସ୍ ପଦବୀକୁ ଉନ୍ନୀତ ହେବାନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ ବୋଲି ଜଣାପଡ଼ିଛି।

Lok Seva Bhawan

Lok Seva Bhawan

Advertisment

ରାଜ୍ୟର ୩୦ଜଣ ବରିଷ୍ଠ ଓଏଏସ୍ ଅଫିସର ମଙ୍ଗଳବାର ଆଇଏଏସ୍ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଓଡ଼ିଶା ପ୍ରଶାସନିକ ସେବାର ଅଫିସରମାନଙ୍କୁ ରାଜ୍ୟ କ୍ୟାଡ଼ରରେ ଖାଲି ପଡ଼ିଥିବା ଆଇଏଏସ୍ ପଦବୀରେ ନିଯୁକ୍ତି ଦେବା ପରେ ମଙ୍ଗଳବାର କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ସିଲେକ୍ଟ ଲିଷ୍ଟ-୨୦୨୩ ଓ ସିଲେକ୍ଟ ଲିଷ୍ଟ-୨୦୨୪ ବର୍ଷରେ ଏହି ୩୦ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ଆଇଏଏସ୍ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି ।

Advertisment

ତେବେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିନେଦୁଇଦିନ ମଧ୍ୟରେ ଏହି ଅଫିସରମାନଙ୍କୁ ଆଇଏଏସ୍ ପଦବୀକୁ ଉନ୍ନୀତ ହେବାନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ ବୋଲି ଜଣାପଡ଼ିଛି । ଏହି ଅଫିସରମାନେ ଓଡ଼ିଶା କ୍ୟାଡ଼ରରେ ୨୦୧୪ ଓ ୨୦୧୫ ମସିହା ବ୍ୟାଚର ଆଇଏଏସ୍ ଭାବେ ପରିଗଣିତ ହେବେ ବୋଲି ସୂଚନା ମିଳିଛି ।

ଆଇଏଏସ୍ ପାହ୍ୟାକୁ ଗଲେ କେଉଁ ଓଏଏସ୍ ଅଫିସର?

୨୦୨୩ ଓ ୨୦୨୪ ମସିହା ପାଇଁ ଖାଲି ପଡ଼ିଥିବା ପଦୋନ୍ନତିଭିତ୍ତିକ ଆଇଏଏସ୍ ପଦବୀକୁ ରାଜ୍ୟର ୩୦ଜଣ ବରିଷ୍ଠ ଓଏଏସ୍ ଅଫିସର ଉନ୍ନୀତ ହୋଇଛନ୍ତି । ଇଣ୍ଡିଆନ ଆଡମିନିଷ୍ଟ୍ରେଟିଭ ସର୍ଭିସ(କ୍ୟାଡ଼ର) ରୁଲସ୍‌-୧୯୫୪ର ରୁଲସ-୫(୧)ର ପ୍ରାବଧାନ ଆଧାରରେ ଓଡ଼ିଶା ପ୍ରଶାସନିକ ସେବାର ଏହି ଅଫିସରମାନେ ଆଇଏଏସ୍ ପଦବୀକୁ ଉନ୍ନୀତ ହୋଇଛନ୍ତି ।

Advertisment

୨୦୨୩ ସିଲେକ୍ଟ ଲିଷ୍ଟ ଆଧାରରେ ଯେଉଁ ୧୫ଜଣ ଓଏଏସ୍ ଅଫିସରଙ୍କୁ ଆଇଏଏସ୍ ପଦବୀ ଉନ୍ନୀତ ହୋଇଛନ୍ତି ସେମାନେ ହେଲେ ଧରମ ହାଁସଦା, ରୀନା ମହାପାତ୍ର, ନିୟତି ପଟ୍ଟନାୟକ, ମହେଶ୍ୱର ସ୍ୱାଇଁ, ମୃଣାଳକାନ୍ତି ଦାସ, ଶ୍ରୀକାନ୍ତ ତରାଇ, ବୀରେନ୍ଦ୍ର କୋରକୋରା, ଲକ୍ଷ୍ମଣ କୁମାର ମଲ୍ଲିକ, ଉପମା କାଲୋ, ଲିଲି କୁମାର କୁଲୁ, କବୀନ୍ଦ୍ର କୁମାର ସାହୁ, ଆରାଧନା ଦାସ, ପ୍ରଦୀପ କୁମାର ନାୟକ, ମଧୁସୂଦନ ଦାଶ ଓ ପ୍ରେମଜିତ୍ ନାୟକ ।

ସେହିପରି ୨୦୨୪ ସିଲେକ୍ଟ ଲିଷ୍ଟରେ ଯେଉଁ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ମଙ୍ଗଳବାର ଆଇଏଏସ ପଦବୀକୁ ଉନ୍ନୀତ କରାଯାଇଛି ସେମାନେ ହେଲେ- ନରହରି ସେଠୀ, ଯୁଗଳେଶ୍ୱରୀ ଦାଶ, ମଧୁସ୍ମିତା ରଥ, ଦେବାଶୀଷ ସିଂ, ସୁବ୍ରତ କୁମାର ପଣ୍ଡା, ପ୍ରତାପ ଚନ୍ଦ୍ର ହୋତା, ନିବେଦିତା ମିଶ୍ର, ରେଗା ଗୀତାରାଣୀ ପଟ୍ଟନାୟକ, ଅର୍ଚ୍ଚନା ଦାସ ପଟ୍ଟନାୟକ, ଅଞ୍ଜନ ପଣ୍ଡା, ନିବେଦିତା ପୃଷ୍ଟି, ସ୍ୱୟଂମ ପ୍ରଭା ମହାନ୍ତି, ଇନ୍ଦ୍ରମଣି ନାୟକ, ସୁଦାମ ଚରଣ ମଣ୍ଡଳ ଓ ଗିରିଶ ଚନ୍ଦ୍ର ସିଂ ଅଛନ୍ତି ।

୨୦୨୩ ସିଲେକ୍ଟ ଲିଷ୍ଟରେ ସାମିଲ ଥିବା ଓଏଏସ୍ ଅଫିସରମାନଙ୍କୁ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଭାବେ ୨୦୧୪ ବ୍ୟାଚ୍ ଓ ୨୦୨୪ ସିଲେକ୍ଟ ଲିଷ୍ଟରେ ସ୍ଥାନିତ ଓଏଏସ୍ ଅଫିସରଙ୍କୁ ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ଭାବେ ୨୦୧୫ ବ୍ୟାଚ ଆବଂଟନ ହେବ ବୋଲି ଜଣାପଡ଼ିଛି ।

କେତେ ଆଇଏଏସ୍ ପଦବୀ ଖାଲି ପଡ଼ିଛି?

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ତଥ୍ୟ ଅନୁସାରେ, ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଆଇଏଏସ୍ ପଦବୀ ସଂଖ୍ୟା ହେଉଛି ୨୪୮ । ସେଥିରୁ ୩୩% ପଦବୀକୁ ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ଓ ବାକି ୬୭% ପଦବୀ ରେ ସିଧାସଳଖ ନିଯୁକ୍ତି ୟୁପିଏସସି ମାଧ୍ୟମରେ ହୋଇଥାଏ । ମାର୍ଚ୍ଚ ୩୧ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୨୪୮ଟି ଆଇଏଏସ୍ ପଦବୀ ମଧ୍ୟରୁ ୬୭ଟି ପଦବୀ ଖାଲି ପଡ଼ିଛି । ଏଥିରୁ ଅଧିକାଂଶ ରାଜ୍ୟ ପ୍ରଶାସନିକ ସେବା ନିମନ୍ତେ ଉଦ୍ଦିଷ୍ଟ ରହିଛି । ୨୨ଜଣ ଆଇଏଏସ୍ ଏବେ କେନ୍ଦ୍ର ସରକାରରେ ଡେପୁଟେସନରେ କାର୍ଯ୍ୟ କରୁଛନ୍ତି ।

Odisha News Oas Ias Lok Seva Bhawan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe